ଓଡିଶା

odisha

ETV Bharat / state

ରାଜ୍ୟରେ ଲକଡାଉନ ସ୍ଥିତି ନେଇ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ

ସମସ୍ତ ଜିଲ୍ଲାରେ ଲକଡାଉନ ଚାଲିଥିବା ବେଳେ କିପରି ରହିଛି ପରିସ୍ଥିତି ସେ ନେଇ ଗୁରୁବାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।

By

Published : Apr 16, 2020, 9:35 PM IST

lockdown in odisha, lockdown situation supervision, police dg, police dg supervises lockdown situation, ଓଡିଶାରେ ଲକଡାଉନ, ଲକଡାଉନ ସ୍ଥିତି ସମୀକ୍ଷା, ଲକଡାଉନ ସ୍ଥିତି ନେଇ ପୋଲିସ ଡିଜିଙ୍କ ସମୀକ୍ଷା, କଟକ ଲାଟେଷ୍ଟ ନ୍ୟୁଜ୍‌, ପୋଲିସ ଡିଜି
ରାଜ୍ୟରେ ଲକଡାଉନ ସ୍ଥିତି ନେଇ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ

କଟକ: ସମସ୍ତ ଜିଲ୍ଲାରେ ଲକଡାଉନ ଚାଲିଥିବା ବେଳେ କିପରି ରହିଛି ପରିସ୍ଥିତି ସେ ନେଇ ଗୁରୁବାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ସେ ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଲକଡାଉନ ସ୍ଥିତି ବିଷୟରେ ପଚାରି ବୁଝିଥିଲେ ।

ରାଜ୍ୟରେ ଲକଡାଉନ ସ୍ଥିତି ନେଇ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ

ଲକଡାଉନ ସମୟରେ ଜିଲ୍ଲାର ସ୍ଥିତି କେତେ ମଜଭୁତ ରହିଛି ତାହା ବୈଠକରେ ସମୀକ୍ଷା ହୋଇଥିଲା । ଏଥିସହ ଆଗାମୀ ଦିନରେ ଆଉ କ’ଣ ଉନ୍ନତିମୂଳକ ପଦକ୍ଷେପ ନିଆଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ ରାଜ୍ୟରେ 20 ତାରିଖ ପରେ ଲକଡାଉନ ନିୟମ କେତେ କୋହଳ ହେବ ତାହା ବୈଠକର ଶୀର୍ଷବିନ୍ଦୁ ରହିଥିଲା ।

ରାଜ୍ୟରେ ଲକଡାଉନ ସ୍ଥିତି ନେଇ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ

ଏଥିସହ ଜିଲ୍ଲାରେ ଲକଡାଉନ ସମ୍ପର୍କିତ ଅପରାଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ବେଆଇନ ମଦ କାରବାର ଓ ଘରୋଇ ହିଂସା ଉପରେ କାର୍ଯ୍ୟାନୁଷ୍ଠାନ ପ୍ରମୁଖ ସ୍ଥିତି ଉପରେ ମଧ୍ୟ ଡିଜି ଆଲୋଚନା କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details