କଟକ: ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି ପୋଲିସ । ବିନା ଦୋଷରେ ସାଧାରଣ ଲୋକଙ୍କ ବିରୁଦ୍ଧରେ ରୁଜୁ ହେଉଛି ମାମଲା । ସାଧାରଣ ଲୋକଙ୍କ ପ୍ରତି ପୋଲିସର ଏଭଳି ନିର୍ଯାତନା ବିରୁଦ୍ଧରେ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରୁ । ଗୋଟିଏ ପଟେ ନୀତି, ଆଦର୍ଶ, ଶାଳୀନତାର ପ୍ରଶିକ୍ଷଣ ନେଉଥିବା ପୋଲିସର ଲୋକଙ୍କ ଉପରେ ଏଭଳି ଅତ୍ୟାଚାରକୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଦସ୍ୟ କଡା ନିନ୍ଦା କରିଛନ୍ତି ।
ପୋଲିସର ଦାଦାଗିରିକୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର କଡା ନିନ୍ଦା - police
ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ ବିନା ଦୋଷରେ ସାଧାରଣ ଲୋକଙ୍କ ବିରୁଦ୍ଧରେ ପୋଲିସର ମାମଲା ରୁଜୁ ଘଟଣାକୁ କଡା ନିନ୍ଦା କରିଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ । ପୋଲିସର ସାଧାରଣ ଲୋକଙ୍କ ପ୍ରତି ଏଭଳି ଦାଦାଗିରିକୁ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବା ସହ ନବନିଯୁକ୍ତ ପୋଲିସ ମହାନିର୍ଦ୍ଦେଶକ ବିକେ ଶର୍ମାଙ୍କୁ ଏସମ୍ପର୍କରେ ଅବଗତ କରିବାକୁ ଅଭିଯାନର କର୍ମକର୍ତ୍ତା କହିଛନ୍ତି ।
ସୂଚନାନୁଯାୟୀ, କପ୍ତିପଦା ଅଞ୍ଚଳରେ ମାତ୍ରାଧିକ ମଦ କାରବାର ହେଉଥିବାରୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଆରମ୍ଭ କରିଥିଲା ଆନ୍ଦୋଳନ । ପ୍ରତିଦିନ ଏହି ଆନ୍ଦୋଳନ ତୀବ୍ରତର ହେଉଥିବାରୁ ଅଭିଯାନର କର୍ମକର୍ତ୍ତାଙ୍କ ଉପରେ ପୋଲିସ ନେଇଥିଲା ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ । ସମାଜକୁ ନିଶାମୁକ୍ତ ରଖିବାକୁ ଏମାନଙ୍କ ଏହି ଉଦ୍ୟମରେ ପୋଲିସର ଏଭଳି ବ୍ୟବହାର କେତେ ଯୁକ୍ତିଯୁକ୍ତ ସେ ନେଇ ଅଭିଯାନର କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି । ତେବେ ଆଗାମୀ ଦିନରେ ପୋଲିସର ଏଭଳି କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନକୁ ତୀବ୍ରତର କରାଯିବା ସହ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମାଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଅବଗତ କରିବାକୁ ଅଭିଯାନର କର୍ମକର୍ତ୍ତା କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ