ଓଡିଶା

odisha

ETV Bharat / state

ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ ନମୁନା ପ୍ରଶ୍ନପତ୍ର, ସ୍ବାଗତ କଲେ ଶିକ୍ଷାବିତ

ସହଜ ହେବ ୨୦୨୪ ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ । ଏହି ପ୍ରଶ୍ନପତ୍ର ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗାମୀ ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ । ଅଧିକ ପଢନ୍ତୁ

ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ ନମୁନା ପ୍ରଶ୍ନପତ୍ର, ସ୍ବାଗତ କଲେ ଶିକ୍ଷାବିତ
ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ ନମୁନା ପ୍ରଶ୍ନପତ୍ର, ସ୍ବାଗତ କଲେ ଶିକ୍ଷାବିତ

By ETV Bharat Odisha Team

Published : Dec 6, 2023, 5:24 PM IST

ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ ନମୁନା ପ୍ରଶ୍ନପତ୍ର, ସ୍ବାଗତ କଲେ ଶିକ୍ଷାବିତ

କଟକ: ଏଣିକି ସହଜ ହେବ ୨୦୨୪ ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ । ଏହି ପ୍ରଶ୍ନପତ୍ର ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗାମୀ ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ । ଏହି ନମୁନା ପ୍ରଶ୍ନପତ୍ର ଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠାଇବା ସହ ସମସ୍ତ ପିଲାଙ୍କ ନିକଟରେ ପହଞ୍ଚାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ମାଟ୍ରିକ ପାଠ୍ୟକ୍ରମ ଅନୁଯାୟୀ ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟର ଗୋଟିଏ ସେଟ ଲେଖାଏଁ ନମୁନା ପ୍ରଶ୍ନପତ୍ର ପଠାଯାଇଛି।

ଏହାସହ ଜିଲ୍ଲାସ୍ତରରେ ଥିବା ଦକ୍ଷ ତଥା ବିଶିଷ୍ଠ ଶିକ୍ଷକମାନଙ୍କ ଦ୍ବାରା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ସେଗୁଡ଼ିକୁ କୋଶ୍ଚିନ ବ୍ୟାଙ୍କ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଗଣଶିକ୍ଷା ବିଭାଗର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଶିକ୍ଷାବିତ । ଏହି ନମୁନା ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ କରିବା ସହ ସେମାନଙ୍କୁ ଟାଇମ ମ୍ୟାନେଜମେଣ୍ଟ ମଧ୍ୟ ଶିଖାଇବ । କିନ୍ତୁ ଯେମିତି ପ୍ରତିଟି ଛାତ୍ରଛାତ୍ରୀଙ୍କ ପାଖରେ ଏହି ପ୍ରଶ୍ନପତ୍ର ଗୁଡ଼ିକ ପହଞ୍ଚିବ ତାହା ସୁନିଶ୍ଚିତ ହେଲେ ହିଁ ଏହି ଯୋଜନା ସଫଳ ଭାବେ ରୂପାୟିତ ହୋଇପାରିବ ବୋଲି କହିଛନ୍ତି ଶିକ୍ଷାବିତ ଡକ୍ଟର ଓମକାର ରାଉତ । ସେହିପରି ଏହା ଦ୍ବାରା ଛାତ୍ରଛାତ୍ରୀ ମାନେ ଚାପ ମୁକ୍ତ ହୋଇପାରିବେ ବୋଲି ଶିକ୍ଷାବିତ କହିଛନ୍ତି ।

ଅଧିକ ପଢନ୍ତୁ- ଦଶମ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ବିଭାଗର ସ୍ୱତନ୍ତ୍ର ରଣନୀତି

ସବୁଠାରୁ ବଡ କଥା ହେଉଛି ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । କୋଭିଡ ପାଇଁ ପୂର୍ବରୁ ପରୀକ୍ଷାର୍ଥୀ ମନେ ଦୁଇ ଥର ପରୀକ୍ଷା ଦେଇଥିଲେ । ସବଜେକଟିଭରେ ୩୦ ମାର୍କର ପରୀକ୍ଷା ଦେଉଥିଲେ । ମାତ୍ର ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏଥର ପରୀକ୍ଷାର୍ଥୀ ମାନେ ୧୦୦ ମାର୍କ ବିଶିଷ୍ଟ ପରୀକ୍ଷା ଦେବେ । ସବଜେକଟିଭରେ ୫୦ ମାର୍କ ଏବଂ ଅବଜେକ୍ଟିଭରେ ୫୦ ମାର୍କର ପରୀକ୍ଷା ଦେବେ । ବାର୍ଷିକ ପରୀକ୍ଷାରେ ଯେଉଁ ୧୦୦ ମାର୍କର ପରୀକ୍ଷା ଦେବେ ସେଥିରୁ ୮୦ ପ୍ରତିଶତ ଓଏଟେଜରେ ମୂଲ୍ୟାୟନ କରାଯିବ । ଅର୍ଥାତ ୧୦୦ ମାର୍କରୁ ୮୦ ପ୍ରତିଶତ ଓଏଟେଜ ଏବଂ ଇଣ୍ଟରନାଲ ଓ ଆସ୍ପେରେଶନାଲ କମ୍ପୋନେଟରୁ ୨୦ ପ୍ରତିଶତ ଓଏଟେଜରେ ମୂଲ୍ୟାୟନ କରାଯିବ । ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୨ ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ୧୨ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରାଯିବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details