ଓଡିଶା

odisha

ଗୋପାଳ ଦାସ ଏବଂ ତା’ ପରିବାର ସୁରକ୍ଷା ପ୍ରସଙ୍ଗ, ଶୁଣାଣି ପାଇଁ ମନା କଲେ ହାଇକୋର୍ଟ

By

Published : Feb 27, 2023, 10:34 PM IST

ଗୋପାଳ ଦାସ ଓ ତା ପରିବାରକୁ ସୁରକ୍ଷା ପ୍ରସଙ୍ଗରେ ମାମଲାର ଶୁଣାଣି ପାଇଁ ମନା କଲେ ହାଇକୋର୍ଟ। ଆଇନଜୀବୀ ସୁମନ୍ତ କୁମାର ସ୍ବାଇଁଙ୍କ ପକ୍ଷରୁ ଦାୟର ଏହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଅଧିକ ପଢନ୍ତୁ

odisha high court
odisha high court

କଟକ: ଗୋପାଳ ଦାସ ଓ ତା ପରିବାରକୁ ସୁରକ୍ଷା ପ୍ରସଙ୍ଗରେ ମାମଲାର ଶୁଣାଣି ପାଇଁ ମନା କଲେ ହାଇକୋର୍ଟ। ହାଇକୋର୍ଟରେ ଦାୟର ହୋଇଥିବା ମାମଲାକୁ ଖାରଜ କରି ଦେଇଛନ୍ତି କୋର୍ଟ। ଆଇନଜୀବୀ ସୁମନ୍ତ କୁମାର ସ୍ବାଇଁଙ୍କ ପକ୍ଷରୁ ଦାୟର ଏହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଗୋପାଳ ଦାସ ସହ ଆବେଦନକାରୀଙ୍କ କଣ ରହିଛି ସମ୍ପର୍କ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ତେବେ କୋର୍ଟ ଆଜି ମାମଲାର ଶୁଣାଣି କରି, ଆବେନକାରୀଙ୍କ ପକ୍ଷରୁ ଦାୟର ମାମଲାଟି ବିଚାର ଯୋଗ୍ୟ ନୁହେଁ ବୋଲି କହିଥିଲେ। ଏଥିସହ ମାମଲାର ଶୁଣାଣିର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।

ସୂଚନା ମୁତାବକ, ନବଦାସ ହତ୍ୟା ମାମଲାରେ ଜେଲରେ ଥିବା ଏଏସଆଇ ଗୋପାଳ ଦାସ ଙ୍କ ସୁରକ୍ଷା ପାଇଁ ହାଇକୋର୍ଟ ରେ ମାମଲା ରୁଜୁ କରାଯାଇଥିଲା। ଆଇନଜୀବୀ ସୁମନ୍ତ କୁମାର ସ୍ବାଇଁଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଜେଲ ଭିତରେ ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା , ଆବଶ୍ୟକ ମୁତାବକ ସୁରକ୍ଷାକର୍ମୀ ତା ଉପରେ ନଜର ରଖିବା ଆଦି କୋର୍ଟରେ ଦାୟର କରାଯାଇଥିଲା। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ , ପୋଲିସ ଡିଜି, ଜେଲ ଡିଜି , ଚୌଦ୍ୱାର ଜେଲ୍ ଅଧିକ୍ଷକ ଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ତେବେ ଆବେଦନକାରୀ ଏହି ଆବେଦନ ରେ ଉଲ୍ଲେଖ କରିଥିଲେ ଯେ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ ରେ ଥାଇ ଆତ୍ମହତ୍ୟା କରିଲେ। ଆବଶ୍ୟକ ସୁରକ୍ଷା ନ ଥିବାରୁ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିଲେ। ଫଳରେ ଏହି ଘଟଣାର କୌଣସି ସତ୍ୟାସତ୍ୟ ଜଣା ପଡିପାରିଲା ନାହିଁ। ଠିକ ସେହିପରି ଗୋପାଳଙ୍କ କ୍ଷେତ୍ରରେ ଯେପରି ନ ଘଟିବ, ସେଥିପାଇଁ ଆବଶ୍ୟକ ସୁରକ୍ଷା ଦିଆଯାଉ ବୋଲି ସେ ପ୍ରାର୍ଥନା କରିଥିଲେ।

ପ୍ରକାଶ ଥାଉକି, କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରି ଅଭିଯୁକ୍ତ ଗୋପାଳ ନିକଟରୁ ଅନେକ ତଥ୍ୟ ହାସଲ କରିଛି। ବିଶେଷକରି ଝାରସୁଗୁଡା ଏୟାରପୋର୍ଟ ଥାନାରେ ଥିବା ଏକ ପାଇଖାନା ଟାଙ୍କି ରୁ ୨୨ ଖଣ୍ଡ ହାତଲେଖା କିଛି କାଗଜ ଉଦ୍ଧାର କରାଯାଇଥିଲା। ସେହିପରି ବନ୍ଦ ହୋଇପଡିଥିବା ଅଭିଯୁକ୍ତ ର ସରକାରୀ କ୍ୱାଟର ରୁ ମଧ୍ୟ କିଛି ତଥ୍ୟ ହାସଲ କରିଥିଲା ଟିମ। ଉକ୍ତ କ୍ୱାଟର ରେ ରେଡ଼ କରିବା ସମୟରେ ଗୋପାଳ ର ହସ୍ତଲେଖା କିଛି ଡକ୍ୟୁମେଣ୍ଟ ଉଦ୍ଧାର କରାଯାଇଥିଲା। ମାଜିଷ୍ଟ୍ରେଟ ଓ ସାକ୍ଷ୍ୟ ଙ୍କ ଉପସ୍ଥିତି ରେ ଏହି ରେଡ କରାଯାଇଥିଲା। କେବଳ ସେତିକି ନୁହେଁ ବରଂ ହତ୍ୟାକାଣ୍ଡ ସମୟରେ ମନ୍ତ୍ରୀଙ୍କ ସହଯୋଗୀ ଜୀବନ କୁମାର ନାୟକ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କାର୍ଯ୍ୟ ଶେଷ କରିଛି କ୍ରାଇମବ୍ରାଞ୍ଚ।

ଝାରସୁଗୁଡା ଏୟାରପୋର୍ଟ ଥାନାରେ ଥିବା ଟଏଲେଟ ରୁ କିଛି ତଥ୍ୟ ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ ଟିମ।ବିଶେଷକରି ହତ୍ୟା କରିବା ପଛରେ କଣ କାରଣ ଥିଲା ଓ କାହିଁକି ଏପରି କାଣ୍ଡ ଘଟାଇଥିଲା ସେନେଇ ଅଭିଯୁକ୍ତ ଗୋପାଳ ଏକ ଚିଠି ରେ ଲେଖିଥିଲା। ଯାହାକି ଥାନା ଟଏଲେଟ ରେ ପକାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ କୁ ଜେରା ପରେ ଏହି ପ୍ରମାଣ ସଂଗ୍ରହ ପାଇଁ ଥାନାର ଟଏଲେଟକୁ ଖୋଲି ଥିଲା ତଦନ୍ତକାରୀ ଟିମ। ତେବେ ଏହି ଟଏଲେଟରୁ ଅଭିଯୁକ୍ତ ହାତଲେଖା କିଛି ଲେଖା ଅଂଶକୁ ଜବତ କରିଛି କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।



ସେହିପରି ତାର ବଡ ଭାଇକୁ ବି ଜେରା କରିସାରିଛି ଟିମ। କିନ୍ତୁ ଗୋପାଳର ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛି ତଦନ୍ତକାରୀ ଟିମ। ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସକୁ ରିମାଣ୍ଡ ରେ ଆଣି ତନାଘନା କରିଥିଲା କ୍ରାଇମବ୍ରାଞ୍ଚ । ମନ୍ତ୍ରୀ ବ୍ୟବହାର କରିଥିବା ଗାଡିକୁ ସାଇଣ୍ଟିଫିକ ଟିମ ଦ୍ୱାରା ଯାଞ୍ଚ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଗୋପାଳର ମେଡିକାଲ ଚିକିତ୍ସା ସମ୍ବନ୍ଧୀୟ କୁ ତନାଘନା କରାଯାଇଛି। ସେହିପରି ଅର୍ଥ କାରବାର ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ବିଶେଷକରି ତାର ଟଙ୍କା କାରବାର ବିଗତ ଦିନ ମାନଙ୍କରେ ସେହିଭଳି କିଛି କରାଯାଇଛି କି ନାହିଁ ସେନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ସେହିପରି କ୍ରାଇମବ୍ରାଞ୍ଚର ଅନ୍ୟ ଏକ ଟିମ ମନ୍ତ୍ରୀଙ୍କ ସହଯୋଗୀ ତଥା ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରକୁ ନେଇ ତଥ୍ୟ ସଂଗ୍ରହ କରୁଛି।



ଏହି ଘଟଣାର ତଦନ୍ତ ପାଇଁ ଅନ୍ୟ ଏକ ଟିମ ଘଟଣାସ୍ଥଳକୁ ଯାଇଥିଲା । ୮ ବଛା ବଛା ଦକ୍ଷ ଅଧିକାରୀଙ୍କୁ ଏହି ଟିମରେ ରଖାଯାଇଥିଲା। ଡ଼ିଏସପି ବାସୁଦେବ ଭୂୟାଁ ଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ଟିମ ତଦନ୍ତରେ ସହଯୋଗ କରିଥିଲେ। ଏପରିକି ଅଭିଯୁକ୍ତ କୁ ପରୀକ୍ଷା ନିରୀକ୍ଷା କରିଥିଲା ଏହି ଟିମ। କ୍ରାଇମବ୍ରାଞ୍ଚ ର ଅତିରିକ୍ତ ଡିଜି ସମସ୍ତ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଥିଲେ। ଘଟଣା ଘଟିଥିବା ସ୍ଥଳରେ ଥିବା ସିସିଟିଭି କୁ ଯାଞ୍ଚ କରାଯାଇଥିଲା । କେବଳ ସେତିକି ନୁହେଁ ଘଟଣାସ୍ଥଳ ରୁ ଉପଯୁକ୍ତ ପ୍ରମାଣ ସଂଗ୍ରହ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଫାରୋ 3D ସ୍କାନର ବ୍ୟବସ୍ଥା କରାଯାଇଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।



ଭୁବନେଶ୍ବର ଷ୍ଟେଟ ଫରେନସିକ ଲ୍ୟାବ ଟିମ୍ ବ୍ରଜରାଜନଗରରେ ତଦନ୍ତ କରିଥିଲେ। ପ୍ରତ୍ୟକ୍ଷଦର୍ଶୀ ଓ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରାଯାଇଥିଲା। ଘଟଣା ସ୍ଥଳରୁ ତଦନ୍ତକାରୀ ଟିମ୍ କିଛି ପ୍ରମାଣ ସଂଗ୍ରହ କରିବା ସହ ଏହି ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକ, ଗୁଳି ଓ ଗୋପାଳ ଦାସଙ୍କ ମୋବାଇଲ୍ କୁ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ଗୁଡିକୁ ଟେଷ୍ଟ କରିବାକୁ ଗତକାଲି ବାଲିଷ୍ଟିକ୍ ଲାବ୍ କୁ ପଠାଯାଇଛି। ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ୍ ଟିମ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରୁଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆଯାଇଛି।

ଇଟିଭି ଭାରତ, କଟକ

ABOUT THE AUTHOR

...view details