ଓଡିଶା

odisha

ETV Bharat / state

ଜୁନିଅର ମେଡିକାଲ ଅଫିସର ନିଯୁକ୍ତି ପ୍ରସଙ୍ଗ, ଅଙ୍କୁଶ ଲଗାଇଲେ ହାଇକୋର୍ଟ - ଜୁନିଅର ମେଡିକାଲ ଅଫିସର ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ

ଜୁନିଅର ମେଡିକାଲ ଅଫିସର ନିଯୁକ୍ତି ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇଛନ୍ତି ଓଡିଶା ହାଇକୋର୍ଟ । ରାଜ୍ୟରେ ଗ୍ରୁପ ଏ ଜୁନିଅର ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ରାୟ ଶୁଣାଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

ଜୁନିଅର ମେଡିକାଲ ଅଫିସର ନିଯୁକ୍ତି ପ୍ରସଙ୍ଗ
High Court on junior medical officers recruitment

By ETV Bharat Odisha Team

Published : Oct 10, 2023, 7:13 AM IST

କଟକ: ଜୁନିଅର ମେଡିକାଲ ଅଫିସର ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ଚୟନ ପ୍ରକ୍ରିୟା ଜାରି ରହିଲେ ବି ମୂଳ ମାମଲାର ଫଳାଫଳ ଉପରେ ନିଯୁକ୍ତି ପ୍ରକ୍ରିୟା ନିର୍ଭର କରିବ ବୋଲି ହାଇକୋର୍ଟ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଗ୍ରୁପ ଏ ଜୁନିଅର ଡାକ୍ତର ନିଯୁକ୍ତି ପାଇଁ OPSC ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକାଧିକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରହିବ ।

ଓପିଏସସି ପକ୍ଷରୁ କରାଯାଇଥିବା ଚୟନ ପ୍ରକ୍ରିୟାରେ ଅନିୟମିତତା ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇଛନ୍ତି । ଚୟନ ପ୍ରକ୍ରିୟା ଆଉ ମାତ୍ର ଗୋଟିଏ ଦିନ ପରେ ହେବାକୁ ଥିବାବେଳେ କୋର୍ଟ ଯଦିଓ ଆବେଦନକାରୀଙ୍କ ଚୟନ ପ୍ରସଙ୍ଗ ଉପରେ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ତଥାପି ନିଯୁକ୍ତି ପ୍ରକ୍ରିୟା ମାମଲାର ଶୁଣାଣି ଉପରେ ନିର୍ଭର କରିବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି ।

ଜୁନିଅର ମେଡିକାଲ ଅଫିସର ପଦବୀ ପାଇଁ ସମୁଦାୟ 7276ଟି ପଦବୀ ରହିଥିବା ବେଳେ 3141ଜଣ ଏଥିପାଇଁ ଆବେଦନ କରିଛନ୍ତି । ତେବେ ଅବଶିଷ୍ଟ ୫୦ ପ୍ରତିଶତ ପଦବୀ କେବେ ପୂରଣ ହେବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏନେଇ ପରବର୍ତ୍ତୀ ଶୁଣାଣି ମଧ୍ୟରେ ସତ୍ୟପାଠ ମାଧ୍ୟମରେ ତଥ୍ୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ଏହା ବି ପଢନ୍ତୁ.....ହାଇକୋର୍ଟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରସଙ୍ଗ, ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ

ସେପଟେ ନର୍ସ ପଦବୀ ପୂରଣ ପାଇଁ ବାଟ ଫିଟିଛି । ନିଯୁକ୍ତି ପ୍ରକ୍ରିୟା ଉପରେ ପୂର୍ବରୁ ହୋଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ପରିବର୍ତ୍ତନ କରିଛନ୍ତି ଓଡିଶା ହାଇକୋର୍ଟ । କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦବୀ ସଂରକ୍ଷିତ ରଖାଯିବ । ଅନ୍ୟ ପଦବୀ ଗୁଡିକରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ମୂଳ ମାମଲାର ଫଳାଫଳ ଉପରେ ଆବେଦନକାରୀଙ୍କ ପାଇଁ ସଂରକ୍ଷିତ ପଦବୀର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି । ଏହି କ୍ରମରେ ମୋଟ 7483ଟି ନର୍ସ ପଦବୀ ପୂରଣ ହେବ ବୋଲି ସ୍ପଷ୍ଟ ହୋଇଛି ।

୩୦ଟି ଜିଲ୍ଲା ଓ ୧୩ଟି ମେଡିକାଲ କଲେଜ୍ ହସ୍ପିଟାଲରେରେ ଖୁବଶୀଘ୍ର ନର୍ସିଂ ଅଫିସର ନିଯୁକ୍ତି ହେବେ । ନିଯୁକ୍ତି ପ୍ରକ୍ରିୟା ସ୍ଵାଭାବିକ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କୋଭିଡ୍ ସମୟରେ ବିଭିନ୍ନ ହସ୍ପିଟାଲରେ ସାମୟିକ ଭାବେ ନିଯୁକ୍ତି ପାଇଥିବା କିଛି ପାରାମେଡିକାଲ ଷ୍ଟାଫ୍ ଏହି ମାମଲା ରୁଜୁ କରିଥିଲେ । କୋଭିଡ ସମୟରେ ସେମାନେ କାମ କରିଥିବା ଯୋଗୁଁ ନୂଆ ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ମିଳୁ ବୋଲି ଆବେଦନ କରିଥିଲେ । ପୂର୍ବରୁ ଏଭଳି ଆବେଦନର ଶୁଣାଣି କରି ନିଯୁକ୍ତି ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ମେ' ୧ରେ ମାମଲାର ବିଚାର ନ ସରିବା ଯାଏଁ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଇଥିଲେ କୋର୍ଟ । ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରତିବନ୍ଧକ ହଟାଇବା ସହିତ ରାଜ୍ୟ ସରକାର ନିଯୁକ୍ତି କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details