କଟକ: ଚଳିତ ବର୍ଷ ହାଇକୋର୍ଟରେ ହେବନାହିଁ ଖରା ଛୁଟି । କୋରୋନା କଟକଣା ଯୋଗୁଁ ଅନେକ ଦିନ କୋର୍ଟ ବନ୍ଦ ରହିଥିବାରୁ ଏଭଳି ନିଷ୍ପତି ନିଆଯାଇଛି।
ଏଥିପାଇଁ ଏଥର ହାଇକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ହେବନାହିଁ । ତେବେ ଆଗାମୀ ମେ ମାସ ୩ ତାରିଖ ପରେ ହାଇକୋର୍ଟ ସମେତ ଜିଲ୍ଲା ଓ ଅନ୍ୟ କୋର୍ଟରେ ମଧ୍ୟ ଗ୍ରୀଷ୍ମକାଳୀନ ଅବକାଶ ବନ୍ଦ ରହିବ । ମଙ୍ଗଳବାର ବସିଥିବା ହାଇକୋର୍ଟଙ୍କ ଫୁଲ ବେଞ୍ଚ ଏହି ନିଷ୍ପତି ନେଇଛନ୍ତି ।