କଟକ:ରାଜ୍ୟରେ ସାମ୍ବାଦିକଙ୍କୁ ମନା । ନା ଲୋକ ସେବାଭବନ, କମିଶନରେଟ ପୋଲିସ କାର୍ଯ୍ୟାଳୟ ଏପରିକି ରାଷ୍ଟ୍ରପତି ଗସ୍ତ ସମୟରେ ସାମ୍ବାଦିକଙ୍କ ପାଇଁ ଏକ ସ୍ବତନ୍ତ୍ର ନିୟମ ଲାଗୁ ହୋଇଥିଲା । ଆଜି ବଜେଟ ଅଧିବେଶନ ସମୟରେ ମଧ୍ୟ ସାମ୍ବାଦିକମାନେ ଦୌଡ଼ି ମଧ୍ୟରେ ରହିଲେ । ଏହାକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଏପରି କରି ରାଜ୍ୟ ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଙ୍କୁ ଅପମାନିତ କରୁଛନ୍ତି ବୋଲି ସେ କହିଛନ୍ତି ।
ସାମ୍ବାଦିକଙ୍କ ଉପରେ ରୋକ ଲଗାଇବା ଦ୍ବାରା ସେମାନଙ୍କ ରିପୋର୍ଟିଂ ଉପରେ ରୋକ ଲାଗିଥିଲା । ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ଜୟଦେବ ପ୍ରଶ୍ନ କରିଛନ୍ତି । ଏହା ଗଣତନ୍ତ୍ରକୁ କୁଠାରଘାତ କରୁଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । କେବଳ କଣ ରାଜରାସ୍ତାରେ ବୁଲିକି ରିପୋର୍ଟ ସଂଗ୍ରହ କରିବେ ସାମ୍ବାଦିକ। ସରକାରୀ ଦପ୍ତର ଓ କାର୍ଯ୍ୟକ୍ରମ କୁ କଣ ପାଇଁ ସାମ୍ବାଦିକ ମନା ବୋଲି ପ୍ରଶ୍ନ କରିଛନ୍ତି ସେ । ଯଦି ଏଭଳି ସ୍ଥିତି ଲାଗି ରହେ ତେବେ ଆଗମୀ ଦିନରେ ସାମ୍ବାଦିକମାନେ କରିବେ କଣ ? ସର୍ଵଦା ସବୁ ଦିଗରେ ଖବର ପ୍ରସାରଣ କରିବା ପାଇଁ ବ୍ୟଗ୍ରତା ଆଚରଣ ରଖୁଥିବା ସାମ୍ବାଦିକ ଆଜି ନିଜର କର୍ତ୍ତବ୍ୟକୁ ନେଇ ଚିନ୍ତାରେ ରହିଥିବା ସେ କହିଛନ୍ତି ।
ଏହା ବି ପଢନ୍ତୁ- Assembly Budget Session: ଆରମ୍ଭରୁ ହଟ୍ଟଗୋଳ, ଆଇନ ଶୃଙ୍ଖଳା ସ୍ଥିତି ନେଇ ଘେରିଲେ ବିରୋଧୀ