ଓଡିଶା

odisha

ରାଜନୀତି ପରେ କ୍ରୀଡାରେ ବବିଙ୍କ ପ୍ରବେଶ, ଓସିଏ ନିର୍ବାଚନ ଭୋଟର ଲିଷ୍ଟରେ ପ୍ରକାଶ ପାଇଲା ନାଁ

By

Published : Oct 12, 2022, 5:30 PM IST

ଆଗକୁ ଆସୁଛି ଓସିଏ ନିର୍ବାଚନ । ଏହି ନିର୍ବାନରେ ଭୋଟ ଦେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଓସିଏ ନିର୍ବାଚନ ଭୋଟର ଲିଷ୍ଟରେ ପ୍ରକାଶ ପାଇଲା ନାଁ । ଅଧିକ ପଢନ୍ତୁ

ରାଜନୀତି ପରେ କ୍ରୀଡାରେ ବବିଙ୍କ ପ୍ରବେଶ, ଓସିଏ ନିର୍ବାଚନ ଭୋଟର ଲିଷ୍ଟରେ ପ୍ରକାଶ ପାଇଲା ନାଁ
ରାଜନୀତି ପରେ କ୍ରୀଡାରେ ବବିଙ୍କ ପ୍ରବେଶ, ଓସିଏ ନିର୍ବାଚନ ଭୋଟର ଲିଷ୍ଟରେ ପ୍ରକାଶ ପାଇଲା ନାଁ

କଟକ:ରାଜନୀତି ପରେ କ୍ରୀଡାରେ ବବିଙ୍କ ପ୍ରବେଶ ।ଓସିଆ ନିର୍ବାଚନରେ ଭୋଟ ଦେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଏନେଇ ଓସିଏ ନିର୍ବାଚନ ଭୋଟର ଲିଷ୍ଟରେ ତାଙ୍କର ନାମ ପ୍ରକାଶ ପାଇଛି । ତେବେ ରାଜନୀତି ପରେ କ୍ରୀଡାରେ ବବିଙ୍କ ସକ୍ରିୟତାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା ଓ ପର୍ଯ୍ୟାଲୋଚନା ।

ରାଜନୀତି ପରେ କ୍ରୀଡାରେ ବବିଙ୍କ ପ୍ରବେଶ, ଓସିଏ ନିର୍ବାଚନ ଭୋଟର ଲିଷ୍ଟରେ ପ୍ରକାଶ ପାଇଲା ନାଁ

ରାଜନୀତି ପରେ ଏବେ କ୍ରୀଡା ଦୁନିଆରେ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା ଚଳାଇଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ଯାଜପୁର ବିଧାୟକ ବବି ଦାସ । ଆଗକୁ ଆସୁଛି ଓସିଏ ନିର୍ବାଚନ । ଏନେଇ ପ୍ରକାଶ ପାଇଛି ଭୋଟର ତାଲିକା । ତେବେ ଏହି ଭୋଟର ତାଲିକାରେ ବିଧାୟକ ପ୍ରଣବ ପ୍ରକାଶଙ୍କ ନାମ ରହିଛି ବୋଲି ସୂଚନା ରହିଛି । ସେ ଯାଜପୁର ଜିଲ୍ଲା ପ୍ରତିନିଧି ହିସାବରେ ଓସିଏ ନିର୍ବାଚନରେ ଭୋଟ ଦେବେ । ତେବେ ବବି ଦାସଙ୍କ ଓଡିଶା କ୍ରିକେଟ ଆସୋସିଏସନରେ ଏଣ୍ଟ୍ରିକୁ ନେଇ ବୁଦ୍ଧିଜୀବୀ ମହଲରେ ଆରମ୍ଭ ହୋଇଯାଇଛି ଆଲୋଚନା ଓ ପର୍ଯ୍ୟାଲୋଚନା ।

ଶାସକ ଦଳର ଜଣେ ଟାଣୁଆ ନେତା ଓସିଏରେ ପ୍ରବେଶ କରିବା ନେଇ କ୍ରୀଡା ମହଲରେ ହଇଚଇ ସୃଷ୍ଟି କରିଛି । ଓସିଏରେ ବବିଙ୍କ ପ୍ରବେଶ ନିଶ୍ଚୟ କିଛି ପରିବର୍ତ୍ତନର ଆଭାସ ମିଳୁଛି ବୋଲି କହିଛନ୍ତି ବୁଦ୍ଧିଜୀବୀ । ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଓସିଏ ସଦସ୍ୟ ବ୍ରଜ ନନ୍ଦ । ବବିଙ୍କ ଏଣ୍ଟ୍ରି ଓସିଏର ବିକାଶ ପାଇଁ ଏକ ଗ୍ରୀନ ସିଗ୍ନାଲ ଦେଉଥିଲା ବେଳେ ଅନ୍ୟପଟେ ଏହା କ୍ରୀଡା ମଧ୍ୟରେ ରାଜନୀତିକୁ ପ୍ରବେଶ ବୋଲି କହିଛନ୍ତି ପୂର୍ବତନ ଓସିଏ ସଦସ୍ୟ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details