ଓଡିଶା

odisha

ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଦେଉଛନ୍ତି ୪ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ

By

Published : Jan 20, 2022, 10:10 AM IST

ଆଜିଠୁ ଆରମ୍ଭ ହେଲା ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା । ପରୀକ୍ଷା ଦେଉଛନ୍ତି ୪ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ

ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଦେଉଛନ୍ତି ୪ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ
ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଦେଉଛନ୍ତି ୪ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ

କଟକ: ଆଜିଠୁ ଆରମ୍ଭ ହେଲା ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା । ରାଜ୍ୟର ୧୬ଟି କେନ୍ଦ୍ରରେ ଏହି ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେଉଛି । କୋଭିଡ କଟକଣାରେ ୨ଟି ସିଟିଂରେ ପରୀକ୍ଷା ହେବ ଏବଂ ଫେବ୍ରୁଆରି ୮ ଯାଏଁ ପରୀକ୍ଷା ଚାଲିବ । ରାଜ୍ୟରେ ମୋଟ ୪ ହଜାର ୭୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେହିପରି ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ OPSC ପରୀକ୍ଷା ।

ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପରୀକ୍ଷାର୍ଥୀଙ୍କୁ ଏନ-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରରେ ପ୍ରବେଶ ଅନୁମିତ ମିଳିବ ନାହିଁ । ପରୀକ୍ଷା କେନ୍ଦ୍ର ଓ ପରିସରରେ ସାମାଜିତ ଦୂରତ୍ବ ରକ୍ଷା କରିବାକୁ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details