ଓଡିଶା

odisha

ETV Bharat / state

+2 ବାଣିଜ୍ୟ ରେଜଲ୍ଟ , ଆଶାଠାରୁ ମିଳିଲା କମ୍ ମାର୍କ !

+2 ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବା ପରେ ମିଶ୍ରିତ ପ୍ରତିକ୍ରିୟା ସାମନାକୁ ଆସିଛି। କେତେକ ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ସେଲିବ୍ରେସନ କରୁଥିବାବେଳେ ଆଉ କେହି କେହି ପରୀକ୍ଷା ଫଳକୁ ନୈରାଶ୍ୟଜନକ ବୋଲି କହିଛନ୍ତି।

By

Published : May 31, 2023, 8:46 PM IST

+2 ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ
+2 ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ

+2 ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ

କଟକ: ଆଜି ପ୍ରକାଶ ପାଇଛି +2 ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ । ଏନେଇ CHSE କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ବିଜ୍ଞାନରେ 77 ହଜାର 468 ରେଗୁଲାର ପିଲା ପାସ କରିଥିବାବେଳେ 1ହଜାର 470 ଏକ୍ସରେଗୁଲାର ପିଲା ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ସେହିପରି ବିଜ୍ଞାନରେ ପାସ୍ ହାର 84.93% ରହିଛି । ବାଣିଜ୍ୟରେ ମୋଟ ପାସ୍ ହାର 81.12% ରହିଛି । ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ନୟାଗଡରେ ସର୍ବାଧିକ ପାସ୍ ହାର ରହିଥିବା ସୂଚନା ଦିଆଯାଇଛି ।

+2 ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ

ତେବେ ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀଙ୍କଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି । କିଛି ଛାତ୍ରଛାତ୍ରୀ ଫଳାଫଳକୁ ନେଇ ସନ୍ତୋଷ ପ୍ରକାଶ କରିଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ରେଜଲ୍ଟ ନୈରାଶ୍ୟ ଜନକ କହି ଅସନ୍ତୋଷ ଜାହିର କରିଛନ୍ତି । ଅପରପକ୍ଷେ ଫଳାଫଳ ଘୋଷଣା ପରେ Website ନଖୋଲିବାରୁ ଛାତ୍ରଛାତ୍ରୀ ଦୀର୍ଘ 2 ଘଣ୍ଟାରୁ ଅଧିକ ସମୟ ଧରି ୱେବ୍‌ସାଇଟ୍‌ ଖୋଲି ଅପେକ୍ଷା କରିବା ସହ ବେଶ୍‌ ଚିନ୍ତିତ ଥିଲେ । ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ୱେବ୍‌ସାଇଟ୍‌ ଖୋଲିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା। । ତେବେ ରେଜଲ୍ଟ ବାହାରିବା ପରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ସେମାନଙ୍କ ଶିକ୍ଷକ ଶିକ୍ଷୟତ୍ରୀମାନେ ମିଠା ଦେଇ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ତେବେ ସିଲାବସ ବୃଦ୍ଧି ଯୋଗୁଁ ବାଣିଜ୍ୟ ରେଜଲ୍ଟ ନୈରାଶ୍ୟଜନକ ହୋଇଥିବା କିଛି ଶିକ୍ଷକମାନେ କହିଛନ୍ତି।

ସୂଚନା ଅନୁସାରେ, ବିଜ୍ଞାନରେ ମୋଟ 93 ହଜାର 734 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମୋଟ 78 ହଜାର 938 ଜଣ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ 39 ହଜାର 573 ଜଣ ପାସ୍ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ 24 ହଜାର 257 ଓ ତୃତୀୟ ଶ୍ରେଣୀରେ 14 ହଜାର 852 ଜଣ ପାସ୍ କରିଛନ୍ତି । ବିଜ୍ଞାନରେ 96.41% ରେଜଲ୍ଟ ସହ ନୟାଗଡ ଆଗରେ ରହିଛି । ସେହିପରି 61.55% ରେଜଲ୍ଟ ସହ ସର୍ବନିମ୍ନରେ ଗଜପତି ରହିଛି । ବିଜ୍ଞାନରେ ଛାତ୍ର ପାସ୍ ହାର 45.32% ରହିଛି । ମୋଟ 42 ହଜାର 121 ଛାତ୍ର ପାସ୍ କରିଛନ୍ତି । ସେହିପରି 36ହଜାର 817 ଛାତ୍ରୀ ପାସ୍ କରିଥିବାବେଳେ ପାସ୍ ହାର 36.61% ରହିଛି । 90 ପ୍ରତିଶତରୁ ଅଧିକ ମାର୍କ ରଖି 358 ଜଣ ପାସ୍ କରିଛନ୍ତି । ସେହିପରି 291ଟି କଲେଜରେ 100 ପ୍ରତିଶତ ରେଜଲ୍ଟ ହୋଇଛି ।

ଅପରପକ୍ଷେ 2ଟି କଲେଜରେ ଶୂନ ରେଜଲ୍ଟ ହୋଇଛି । ବାଣିଜ୍ୟରେ ମୋଟ 24 ହଜାର 331 ପିଲା ପରୀକ୍ଷା ଦେଇଥିଲେ । ସେଥିରୁ 19 ହଜାର 536 ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ 7ହଜାର 410 ପରୀକ୍ଷାର୍ଥୀ ପାସ୍ କରିଥିବାବେଳେ ଦ୍ବିତୀୟରେ 4ହଜାର 543 ଓ ତୃତୀୟ ଶ୍ରେଣୀରେ 7ହଜାର 492 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । 93.9% ରେଜଲ୍ଟ ସହ ନୟାଗଡ ଆଗରେ ରହିଥିବା ବେଳେ 55.55% ରେଜଲ୍ଟ ସହ ସର୍ବନିମ୍ନରେ ବୌଦ୍ଧ ରହିଛି । ବାଣିଜ୍ୟରେ 12 ହଜାର 121 ଜଣ ଛାତ୍ରୀ ପାସ୍ କରିଥିବାବେଳେ ପାସ୍ ହାର 50.33% ରହିଛି । 7 ହଜାର 415 ଜଣ ଛାତ୍ର ପାସ ହୋଇଥିବାବେଳେ ପାସ ହାର 83.87% ରହିଛି । 7 ହଜାର 415 ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ପାସ ହାର 83.87% ରହିଛି। ବାଣିଜ୍ୟରେ 90 ପ୍ରତିଶତ ଉର୍ଦ୍ଧ୍ବ ମାର୍କ ରଖି 102 ଜଣ ପାସ ହୋଇଛନ୍ତି। ସେହିପରି 100 ପ୍ରତିଶତ ପାସ ହୋଇଥିବା 94ଟି କଲେଜ ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details