ଓଡିଶା

odisha

By

Published : May 18, 2023, 7:10 AM IST

ETV Bharat / state

BSE Matric Result 202: ଆଜି ମାଟ୍ରିକ ଫଳ, ସକାଳ ୧୦ରେ ପୁସ୍ତିକା ଉନ୍ମୋଚନ କରିବେ ମନ୍ତ୍ରୀ

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ଅଧିକ ପଢନ୍ତୁ

BSE Matric Result To Be Released Today
BSE Matric Result To Be Released Today

କଟକ:ଆଜି ବାହାରିବ ମାଟ୍ରିକ ଫଳ । ଦିନ 10ଟାରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ୱେବସାଇଟରୁ ଜାଣିପାରିବେ । ବୋର୍ଡ ୱେବ ସାଇଟ www.bseodisha.ac.inରେ ପରୀକ୍ଷା ଫଳ ଜାଣିହେବ । ଏହାସହିତ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ନିଜ ମୋବାଇଲରୁ OR10 ଏବଂ ରୋଲ ନମ୍ବରକୁ ଟାଇପ କରି 5676750କୁ ପଠାଇଲେ ରେଜଲ୍ଟ ଜାଣିପାରିବେ । ଏନେଇ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ଯାଏଁ ଚାଲିଥିଲା । ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା । ସେହିପରି ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର ହୋଇଥିଲା । ସେଥିମଧ୍ୟରେ କନ୍ଧମାଳରେ ୭ଟି, କୋରାପୁଟରେ ୫, ମାଲକାନଗିରିରେ ୧୦ଟି ଥାନାରେ ଏହି ନୋଡାଲ ସେଣ୍ଟର ହୋଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରଗୁଡିକ ୧୦ କିମି ଭିତରେ କରାଯାଇଥିଲା । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ, ପେନସିଲ ଓ ଜ୍ୟାମିତି ବାକ୍ସ ନେବାର ଅନୁମତି ରହିଥିଲା ।

ସେହିପରି ଆଜି ଷ୍ଟେଟ ଓପନ ସ୍କୁଲ ଓ ମାଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ମଧ୍ୟମା ପରୀକ୍ଷା ପାଇଁ ୨୯୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କୁ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଥିଲା । ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେଇଛନ୍ତି । କଟକ ଜିଲ୍ଲାର ୨୮ ହଜାର ୮୫୪ ଜଣ ପରୀକ୍ଷାର୍ଥୀ ୧୫୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯେପରି ପ୍ରଶ୍ନପତ୍ର ଲିକ ନହୁଏ ସେଥିପାଇଁ ରାଜ୍ୟ ସରକାର ଏବଂ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ପରୀକ୍ଷା କେନ୍ଦ୍ରରେ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ଯେପରି ପହଞ୍ଚିବ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଇଥିଲା । ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ପୋଲିସର କଡା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ରଖିଥିଲେ । କପି ରୋକିବା ପାଇଁ ମଧ୍ୟ ସ୍କ୍ବାଡ୍ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

ଗତ ବର୍ଷ ପାସ୍ ହାର ୯୦.୫୫ ପ୍ରତିଶତ ଥିଲା ।
A1ରେ ପାସ୍ କରିଥିଲେ ୮୧୧୯ ଜଣ ପରୀକ୍ଷାର୍ଥୀ ।

A2ରେ ପାସ୍ କରିଥିଲେ ୫୪୮୮୯ ଜଣ ପରୀକ୍ଷାର୍ଥୀ ।
B1ରେ ୧୨୦୩୧୨ ଜଣ କୃତକାର୍ଯ୍ୟ ହୋଇଥିଲେ ।
B2ରେ ପାସ୍ କରିଥିଲେ ୧୪୨୫୯୯ ଜଣ ।

୮୬୯୯ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିଲେ ।

୪୫୦୯୧ ଜଣ ଛାତ୍ରଛାତ୍ରୀ ଗତବର୍ଷ ପରୀକ୍ଷା ଦେଇନଥିଲେ । ସେହିପରି ଗତବର୍ଷ ୩୨୭୫ ଜଣ ଛାତ୍ରଛାତ୍ରୀ ଏକ୍ସ ରେଗୁଲାର ପାଇଁ ଫର୍ମ ଫିଲପ କରିଥିଲା ବେଳେ ୨୫୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ପାସ କରିଥିଲେ । ୭୯୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇନଥିଲେ । ତେବେ ଏକ୍ସ ରେଗୁଲାରରେ ପାସ ହାର ପ୍ରତିଶତ ରହିଥିଲା ୫୨.୭୩ । ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୯୬.୩୬ ପ୍ରତିଶତ ରେଜଲ୍ଟ ହୋଇଥିଲା । କେବଳ ସେତିକି ନୁହେଁ, ୩ଟି ସ୍କୁଲରେ ନିଲ ରେଜଲ୍ଟ ହୋଇଥିଲା ।


ଇଟିଭି ଭାରତ, କଟକ

ABOUT THE AUTHOR

...view details