ଓଡିଶା

odisha

2024 ନିର୍ବାଚନ ଓଡ଼ିଶାରେ ଆପ୍‌ ଦେଖାଇବ ଦମ: ଓଡ଼ିଶା ପ୍ରଭାରୀ

By

Published : Jan 29, 2023, 11:52 AM IST

ଓଡ଼ିଶାରେ 2024 ସାଧାରଣ ନିର୍ବାଚନ ଆମ ଆଦମୀ ପାର୍ଟି ଏକାକି ଲଢ଼ିବା ନେଇ କହିଛନ୍ତି ଆମ ଆଦମୀ ପାର୍ଟିର ଓଡିଶା ପ୍ରଭାରୀ ତଥା ଦିଲ୍ଲୀ ବିଧାୟକ ବିରେନ୍ଦ୍ର ସିଂ କାର୍ଡିଆନ । ଅଧିକ ପଢନ୍ତୁ

Virender Singh Kadian
Virender Singh Kadian

2024 ନିର୍ବାଚନ ଓଡ଼ିଶାରେ ଆପ୍‌ ଦେଖାଇବ ଦମ

କଟକ:ଓଡ଼ିଶାରେ 2024 ସାଧାରଣ ନିର୍ବାଚନ ଏକାକି ଲଢ଼ିବ ଆମ ଆଦମୀ ପାର୍ଟି। ଏକ ବିକଳ୍ପ ରାଜନୈତିକ ଦଳ ଭାବେ ଉଭା ହେବ ପାର୍ଟି। ରାଜ୍ୟର ସମସ୍ତ ଉଭୟ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଦେବ ଦଳ। ଏଭଳି କହିଛନ୍ତି ଆମ ଆଦମୀ ପାର୍ଟିର ଓଡିଶା ପ୍ରଭାରୀ ତଥା ଦିଲ୍ଲୀ ବିଧାୟକ ବିରେନ୍ଦ୍ର ସିଂ କାର୍ଡିଆନ ।

ସେହିପରି ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ସରକାର ବିରୁଦ୍ଧରେ ଲଢେଇ ହେବ। ଓଡ଼ିଶାରେ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଫଳରେ ରାଜ୍ୟ ବାହାରେ ଅନେକ ଯୁବପିଡ଼ି ଙ୍କୁ କାମ କରିବାକୁ ପଡୁଛି। ଶିକ୍ଷା ସ୍ଵାସ୍ଥ୍ୟ ଓ ବେରୋଜଗାରୀ କୁ ମୁଖ୍ୟ ପ୍ରସଙ୍ଗ କରି ଦଳ ଆଗକୁ ବଢିବ। କଟକ ଖାନନଗର ରେ ଆପ ର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ର ଉଦ୍ଘାଟନୀ ଅବସରରେ ଏକଥା କହିଛନ୍ତି କାର୍ଡିଆନ।

ତେବେ ମାର୍ଚ୍ଚ ମାସରେ ରେ ଅରବିନ୍ଦ କେଜରିୱାଲ ଙ୍କ ଓଡିଶା ଗସ୍ତ ରହିଛି। ସେତେବେଳେ 2024 ନିର୍ବାଚନ ପାଇଁ ପ୍ରସ୍ତୁତି କୁ ଜୋରଦାର କରାଯିବ। ଏହାସହ ରାଜ୍ୟର ଅନେକ ତୁଙ୍ଗ ନେତା AAP ସହ ଯୋଗାଯୋଗ ରେ ଅଛନ୍ତି। କେଜରିୱାଲ ଙ୍କ ଗସ୍ତ ସମୟରେ ସେମାନେ ଦଳରେ ଯୋଗ ଦେବେ ବୋଲି ଆମ ଆଦମୀ ପାର୍ଟି ର ଓଡିଶା ମୁଖ୍ୟ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଏନେଇ ଦଳ ତାର ଠିକ ଉତ୍ତର 2024 ନିର୍ବାଚନ ରେ ଦେବ । କାରଣ ରାଜ୍ୟରେ ବିଜେଡି ଶାସନ ମଧ୍ୟରେ ଅନେକ ବ୍ୟଭିଚାର ଓ ଭ୍ରଷ୍ଟାଚାର ବୃଦ୍ଧି ପାଇଛି। ଯା0ହାକୁ ଜନତା କେବଳ ନିରବଦ୍ରଷ୍ଟା ଭାବରେ ଚାହିଁ ରହିଛନ୍ତି । ତେବେ ଦଳକୁ ମଜଭୁତ କରିବା ପାଇଁ ଓଡ଼ିଶାରେ ଆଗାମୀ ଦିନରେ ବଡ଼ବଡ଼ ସମାବେଶ ମଧ୍ୟ ହେବାର ଯୋଜନା ରହିଥିବା କହିଛନ୍ତି ଓଡିଶା ଆପ୍‌ ପ୍ରଭାରୀ । ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ଆପ୍‌ ମଧ୍ୟ ତାହାର ଲୋକାଭିମୁଖୀ ଯୋଜନାକୁ ନିର୍ବାଚନ ମୈଦାନର ଲୋକଙ୍କୁ ବୁଝାଇବ । ଲୋକମାନଙ୍କ ପାଇଁ ଆପ୍‌ ଅଛି ଓ ରହିବ ବୋଲି କହିଛନ୍ତି ଓଡ଼ିଶା ଆପ୍‌ ପ୍ରଭାରୀ ବିରେନ୍ଦ୍ର ସିଂ କାର୍ଡିଆନ ।

ତେବେ ଏନେଇ ଓଡ଼ିଶା ଆପ୍‌ ଆବାହକ ନିଶିକାନ୍ତ ମିଶ୍ର କହିଛନ୍ତି ଯେ, "ଓଡ଼ିଶାରେ ଆମ୍‌ ଆଦମୀ ପାର୍ଟିର କେନ୍ଦ୍ର ନେତୃତ୍ବ ସ୍ପଷ୍ଟ କରିଛି । 2024 ନିର୍ବାଚନକୁ ଆମେ ଗୁରୁତ୍ବର ସହ ନେଉଛୁ। ଏଥିସହ ସଂଗଠନ ଯେଉଁଭଳି ଭାବରେ ଶକ୍ତିଶାଳୀ ହେବାରେ ଲାଗିଛି ତେଣୁ ଏଥର ନିର୍ବାଚନରେ ମଜଭୁତିର ସହିତ ଲଢେଇ କରିବୁ । ଓଡିଶାରେ ଯେଉଁ ବେରୋଜଗାରୀ ଓ ଭ୍ରଷ୍ଟାଚାର ରହିଛି, ଏଥିସହ ଓଡ଼ିଆ ପୁଅ ଦାଦନ ଖଟିବାରେ ବାଧ୍ୟ ହୋଇଛି । ତେଣୁ ଓଡିଶାରେ ଶ୍ରମିକର ହିତ ପାଇଁ ବିକଳ୍ପ ରାଜନୀତିକୁ ହାସଲ କରିବା ପାଇଁ ପ୍ରଚେଷ୍ଟା ଚାଲିଛି । ଆଜି କାର୍ଡିଆନ ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details