କଟକ:ହିନ୍ଦୁ ନବବର୍ଷ ମହୋତ୍ସବ ସମିତି ପାଳିବ ହିନ୍ଦୁ ନବ ବର୍ଷ ଅଭିନନ୍ଦନ । ବିଗତ 7 ବର୍ଷ ଧରି କଟକରେ ଏହି କମିଟି ଦ୍ୱାରା ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ହିନ୍ଦୁମାନଙ୍କର ସନାତନୀ ନବ ବର୍ଷ ପାଳନ ହୋଇ ଆସୁଛି । ଏନେଇ କଟକର ସମସ୍ତ ଜନସାଧାରଣ ମିଶିକି ଏହି ଦିନକୁ ଧୁମଧାମରେ ପାଳନ କରନ୍ତି । ଚଳିତବର୍ଷ ମାର୍ଚ୍ଚ 22 ତାରିଖରେ ଏହି ପବିତ୍ର ଦିନ ପାଳନ ହେବାକୁ ଥିବା ବେଳେ ଏନେଇ କଟକର ବ୍ୟାପକ ଆୟୋଜନ କରାଯାଇଛି । ଏହି ଉପଲକ୍ଷେ କଟକ ପରିକ୍ରମା କରିବ ଏହି ସମିତି ।
ଏଥିସହ ହିନ୍ଦୁ ଧର୍ମ ଆଧାରରେ ସଂକୀର୍ତ୍ତନ, ଭଜନ ଆଦି ଗାନ କରାଯାଇ ଏହି ପବିତ୍ର ଦିନରେ ସହରବାସୀଙ୍କୁ ଏକ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ କରାଯିବ । ପିଠାପୁର ଅଞ୍ଚଳରେ ପ୍ରଥମେ ଏକ ହୋମଯଜ୍ଞ କରିବା ପରେ ଏକ ବିଶାଳ ପଟୁଆର ରାଲି କଟକ ପରିକ୍ରମା କରିବ। ତା ସହ ମଧ୍ୟ ରହିବ ରହିବ ଆଖଡା, ଲଉଡି ନୃତ୍ୟ । ଯାହାର ବେଶ ଉପଭୋଗ କରିବେ ସହରବାସୀ । ବର୍ତ୍ତମାନ ସମୟରେ ମଣିଷ ଯେଉଁ ନିଜ ପରମ୍ପରାଠୁ ବିମୁଖ ହେଉଛି ତାହାକୁ ମନେ ପକାଇବା ପାଇଁ ଏହି ଆୟୋଜନ କରଯାଉଛି ବୋଲି ସ୍ପଷ୍ଟ କରିଛନ୍ତି କମିଟି ସଦସ୍ୟ ।