ଓଡିଶା

odisha

ETV Bharat / state

ବିଡାନାସୀରେ ଡ୍ରେନେଜ ବ୍ଯବସ୍ଥାର ବିଡମ୍ବନା

ଅସରାଏ ବର୍ଷାରେ କୃତ୍ରିମ ବନ୍ଯା । ଏହା ହେଉଛି କଟକ ବିଡାନାସୀର ବିଡ଼ମ୍ବନା । ସମସ୍ଯା ଘେରରେ ଉବୁଟୁବୁ ସିଏମସିର ଏପରି ବ୍ଯବସ୍ଥା ।

By

Published : Jul 13, 2019, 3:09 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ

କଟକ: ଖରାଦିନ ହେଉ ଅବା ବର୍ଷା ଦିନ, ବିଡାନାସୀର ତାରିଣୀ ବିହାର ଓ ଲକ୍ଷ୍ମୀବିହାର ଅଞ୍ଚଳରେ ରାସ୍ତା ଉପରେ ଜମି ରହୁଛି ପାଣି । ଏଭଳି ଅବସ୍ଥା ଆଜିର କି କାଲିର ନୁହେଁ ବରଂ ଦୀର୍ଘ 5 ବର୍ଷରୁ ଉର୍ଦ୍ଧ୍ବ ଦିନର ଏହି ସମସ୍ୟା। ସମାଧାନ ପାଇଁ ବାରମ୍ବାର ପ୍ରତିଶୃତି ମିଳୁଛି, କିନ୍ତୁ ପ୍ରତିଶୃତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଉଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କଟକ

ବର୍ଷା ଦିନେ କିନ୍ତୁ ସମସ୍ଯା ଅଧିକ ଜଟିଳ ହୋଇପଡେ ଏହି ଅଞ୍ଚଳରେ । ଗମନାଗମନଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଠପ୍ ହୋଇପଡ଼େ ସମସ୍ତ ବ୍ୟବସ୍ଥା । ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କାର୍ଯ୍ୟ କେବଳ କାଗଜ କଲମରେ ସୀମିତ ରହିଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ନବନିର୍ବାଚିତ ବାରବାଟୀ ବିଧାୟକ ମହମ୍ମଦ ମୋକିମ ବିଡ଼ାନାସୀର ଡ୍ରେନେଜ ବ୍ୟବସ୍ଥାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି ଏବଂ ତାହାର ସ୍ଥାୟୀ ସମାଧାନ ଶୀଘ୍ର କରାଯିବ ବୋଲି କହିଛନ୍ତି ବିଧାୟକ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details