ଓଡିଶା

odisha

ETV Bharat / state

ଆରମ୍ଭ ହେଲା ଆନ୍ତଃଜିଲ୍ଲା ଟି-20 ଲିଗ - ଟ୍ରାକକୁ ଫେରିଲେ ଓଡ଼ିଶା ଖେଳାଳି

ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ଆନ୍ତଃଜିଲ୍ଲା ସିନିୟର ପୁରୁଷ ଟି- ୨୦ ଲିଗ ମ୍ୟାଚ । ଅଧିକ ପଢନ୍ତୁ...

OCA's inter-district  senior t-20 league match
ଆରମ୍ଭ ହେଲା ଆନ୍ତଃଜିଲା ଟି-20 ଲିଗ

By

Published : Dec 15, 2020, 6:46 AM IST

କଟକ: ଦୀର୍ଘ ମାସ ପରେ ଓଡ଼ିଶାରେ ଟ୍ରାକକୁ ଫେରିଲେ ଖେଳାଳି । ସୋମବାର ଠାରୁ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ଆନ୍ତଃଜିଲ୍ଲା ସିନିୟର ପୁରୁଷ ଟି- ୨୦ ଲିଗ ମ୍ୟାଚ । ରାଜ୍ୟର ସମସ୍ତ ଜିଲ୍ଲାକୁ ନେଇ ଗଠନ ହୋଇଥିବା ମୋଟ 37 ଟି ଟିମକୁ 6 ଟି ଗ୍ରୁପରେ ବିଭକ୍ତ କରାଯାଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ଖେଳାଳି ନିଜକୁ ପ୍ରସ୍ତୁତ କରି ଆସିଛନ୍ତି । ବିସିସିଆଇର ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟି-20 ମୁକାବିଲା ପାଇଁ ଦକ୍ଷ ଖେଳାଳିଙ୍କୁ ଏହି ପ୍ରତୀଯୋଗିତାରୁ ଚୟନ କରାଯିବ । ଏନେଇ ଗତକାଲି ସୂଚନା ଦେଇଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଆରମ୍ଭ ହେଲା ଆନ୍ତଃଜିଲା ଟି-20 ଲିଗ
କୋରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ହୋଇରହିଥିଲା କ୍ରୀଡା ଜଗତ । ଆଉ କୋରୋନା ର ପ୍ରକୋପ ହ୍ରାସ ପାଇବା ପରେ ଫୁଣି ଆରମ୍ଭ ହୋଇଛି କ୍ରିକେଟ ମ୍ୟାଚ । ଆଜି ବାରବାଟୀ ଷ୍ଟାଡିୟମ ସହ ଭୂବନେଶ୍ବରର ବିଭିନ୍ନ ଖେଳ ପଡିଆରେ ଆଜିଠାରୁ ଆରମ୍ଭ ହୋଇଛି ଫଟାଫଟ କ୍ରିକେଟ ।

ଏହି ଆନ୍ତଃଜିଲ୍ଲା ଟି-20 ମୁକାବିଲାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଟିମ ଗ୍ରୁପ ପର୍ଯ୍ୟାୟର ପ୍ରାରମ୍ଭିକ ମ୍ୟାଚରେ ଆଜି ପରସ୍ପରକୁ ସାମ୍ନା କରିଛନ୍ତି। କୋରୋନା ଯୋଗୁଁ ରାଜ୍ୟରେ କ୍ରିକେଟ ସଂପୂର୍ଣ୍ଣରୂପେ ଠପ୍ ହୋଇ ପଡିଥିଲା ।

ଏହି ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କୁ ଢେର ଉତ୍ସାହ ପ୍ରଦାନ କରିଛି। ତେବେ ଦୀର୍ଘ ଦିନ ଧରି ମ୍ୟାଚ ଖେଳି ନ ଥିବା ରାଜ୍ୟର ଖେଳାଳୀମାନେ ଏହି ମୁକାବିଲାରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସଂପୂର୍ଣ୍ଣରୂପେ ପ୍ରସ୍ତୁତ ହୋଇ ଆସିଛନ୍ତି। ସବୁ ଖେଳାଳିଙ୍କ ଟାର୍ଗେଟ ରେ ରହିଛି ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ ସହ ବିସିସିଆଇର ଟୁର୍ଣ୍ଣାମେଣ୍ଟ ପାଇଁ ନିଜକୁ ରାଜ୍ୟ ଟିମରେ ସାମିଲ କରିବା । କୋରୋନାର ଏହି ସଙ୍କଟ ମଧ୍ୟରେ ଓସିଏ ପକ୍ଷରୁ ଏଭଳି ପ୍ଲାଟ ଫର୍ମ ଖେଳାଳିଙ୍କ ପାଇଁ ସୃଷ୍ଟି କରାଯାଇଥିବାରୁ ବିଭିନ୍ନ ଦଳ ର ଖେଳାଳି ଓ କୋଚ ମଧ୍ୟ ଢେର ଖୁସି ଜାହିର କରିଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details