ଓଡିଶା

odisha

ETV Bharat / state

ବଦଳିବ ବାରବାଟୀ, ବର୍ଷା ସାଜିପାରିବନି ବାଧକ - ବାରବାଟୀ ଷ୍ଟାଡିୟମ ନ୍ୟୁଜ

ଷ୍ଟାଡିୟମର ବଡ ସମସ୍ୟା ଜଳ ନିସ୍କାସନର ସମାଧାନର ରାସ୍ତା ଖୋଜି ପାଇଛି ଓଡିଶା କ୍ରିକେଟ ଆସୋସିଏସନ । ଅଧିକ ପଢନ୍ତୁ...

OCA look to improve quality of barabati ground outfild
ବଦଳିବ ବାରବାଟୀ, ବର୍ଷା ସାଜିପାରିବନି ବାଧକ

By

Published : Mar 13, 2021, 7:47 PM IST

Updated : Mar 13, 2021, 10:12 PM IST

କଟକ:ବାରବାଟୀ ଷ୍ଟାଡିୟମର ହେଉଛି ନବକଳେବର । ଷ୍ଟାଡିୟମର ବଡ ସମସ୍ୟା ଥିବା ଜଳ ନିସ୍କାସନର ସମାଧାନର ରାସ୍ତା ଖୋଜି ପାଇଛି ଓଡିଶା କ୍ରିକେଟ ଆସୋସିଏସନ ।

ବଦଳିବ ବାରବାଟୀ, ବର୍ଷା ସାଜିପାରିବନି ବାଧକ

ସଂପୂର୍ଣ ଗ୍ରାଉଣ୍ଡକୁ 8 ଇଞ୍ଚ ପର୍ଯ୍ୟନ୍ତ ଖୋଳାଯାଇ ବାଲି ଭର୍ତ୍ତି କରାଯାଉଛି । ଯାହା ଫଳରେ ମ୍ୟାଚ ସମୟରେ ବର୍ଷା ହେଲେ ପଡିଆରୁ ଖୁବଶୀଘ୍ର ପାଣି ସୁଖିବ । ଏଥିସହ ଡ୍ରେନେଜ ବ୍ୟବସ୍ଥା ମଧ୍ୟ ବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରହିଛି ।

ବିସିସିସିଆଇ ମୋହର ମାରିବା ପରେ ଓସିଏ ଆରମ୍ଭ କରିଛି ପଡିଆ ଉନ୍ନତିକରଣ କାର୍ଯ୍ୟ । ଜେସିବି ଦ୍ବାରା ପଡିଆ ଖୋଳିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ବାଲି ଫିଲିଂ ଦ୍ବାରା ଆଉଟ ଫିଲ୍ଡର ମାନ ବୃଦ୍ଧି ହେବା ସହ ଖେଳାଳିମାନେ ମଧ୍ୟ କମ ଆହତ ହେବେ ବୋଲି କହିଛନ୍ତି ମୁଖ୍ୟ ପିଚ କ୍ୟୁରେଟର ପଙ୍କଜ ପଟ୍ଟନାୟକ ।

2013 ମସିହାରେ ମଧ୍ୟ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏକ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ସହ ରଦ୍ଦ ହୋଇଥିଲା । ତେବେ ଏପରି ସମସ୍ୟାକୁ କମ କରିବାକୁ ବ୍ୟବସ୍ଥା ହେଉଛି। ଓସିଏର ଏହି କାର୍ଯ୍ୟରେ ପୂର୍ବତନ ରଣଜୀ ଖେଳାଳି ଖୁସିବ୍ୟକ୍ତ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Mar 13, 2021, 10:12 PM IST

ABOUT THE AUTHOR

...view details