ଓଡିଶା

odisha

ETV Bharat / state

ଅନଲାଇନ କ୍ଲାସବେଳେ ଆସିଲା ଅଶ୍ଳୀଳ ଫଟୋ - ହ୍ବାଟ୍ସଆପ ଗ୍ରୁପ

ଅନଲାଇନ କ୍ଲାସ ଚାଲିଥିବାବେଳେ ଗ୍ରୁପରେ ପଡ଼ିଲା ଅଶ୍ଳୀଳ ଫଟୋ । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଲା ଅଭିଯୋଗ । ଅଧିକ ପଢ଼ନ୍ତୁ...

obscene photo came in whatsApp group, obscene photo came while online class is going on, ଅନଲାଇନ କ୍ଲାସ ବେଳେ ଆସିଲା ଅଶ୍ଳୀଳ ଫଟୋ, ହ୍ବାଟ୍ସଆପ ଗ୍ରୁପ,  ଗ୍ରୁପରେ ପଡ଼ିଲା ଅଶ୍ଳୀଳ ଫଟୋ
ଅନଲାଇନ କ୍ଲାସ ବେଳେ ଆସିଲା ଅଶ୍ଳୀଳ ଫଟୋ

By

Published : Aug 1, 2020, 2:21 PM IST

Updated : Aug 1, 2020, 2:29 PM IST

କଟକ: କୋରୋନା ମହାମାରୀ କାରଣରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ଅନଲାଇନରେ ପିଲାଙ୍କୁ ଦିଆଯାଉଛି ଶିକ୍ଷା । ତେବେ କେତେ ସୁରକ୍ଷିତ ଏହି ଅନଲାଇନ ଶିକ୍ଷା ତାର ଏକ ଘଟଣା ସାମ୍ନାକୁ ଆସିଛି । ପିଲାଙ୍କୁ ପାଠ ପଢ଼ାଯାଉଥିବା ହ୍ବାଟ୍ସଆପ ଗ୍ରୁପରେ ଏକ ଲିଙ୍କ ଆସିଥିଲା ତାକୁ ଖୋଲିବା ପରେ ସେଥିରେ ଦେଖାଯାଇଥିଲା ଏକ ଅଶ୍ଳୀଳ ଫଟୋ ।

ଅନଲାଇନ କ୍ଲାସବେଳେ ଆସିଲା ଅଶ୍ଳୀଳ ଫଟୋ

କ୍ଲାସ ଚାଲିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଏପରି ଫଟୋ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। କଟକର ଏକ ପ୍ରତିଷ୍ଠିତ ସରକାରୀ ସ୍କୁଲରେ ଘଟିଛି ଏହି ଘଟଣା। ପଞ୍ଚମ ଶ୍ରେଣୀର ହ୍ବାଟ୍ସଆପ ଗ୍ରୁପରେ ପଡ଼ିଲା ଫଟୋ ଥିବା ଏକ ଲିଙ୍କ। ଏହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଅନ୍ୟପଟେ କଟକ ଜିଲ୍ଲାପାଳ କହିଛନ୍ତି ଅଭିଯୋଗ ଆସିଲେ ଘଟଣାର ଅନୁଧ୍ୟାନ କରାଯିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 1, 2020, 2:29 PM IST

ABOUT THE AUTHOR

...view details