ଓଡିଶା

odisha

ETV Bharat / state

ନ୍ୟୁଡ କଲ ଲୁଟ୍, ରାଜସ୍ଥାନରୁ ଦୁଇ ଲୁଟେରାଙ୍କୁ ଧରିଲା କଟକ ସାଇବର ପୋଲିସ - ବରିଷ୍ଠ ନାଗରିକଙ୍କୁ ୱାଟସାପରେ ନ୍ୟୁଡ ଭିଡିଓ କଲ୍

ରାଜସ୍ଥାନରୁ ସାଇବର ବ୍ଲାକମେଲର ଗ୍ୟାଙ୍ଗର ଦୁଇ ଜଣ ଲୁଟେରାଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ । ଅଧିକ ପଢନ୍ତୁ

rajastan cyber police
rajastan cyber police

By

Published : Apr 26, 2023, 10:56 PM IST

Cuttack cyber police

କଟକ:ନ୍ୟୁଡ କଲ୍ କରି ଲୁଟୁଥିବା ଲୁଟେରାଙ୍କୁ ପଡ଼ିଲା ମହଙ୍ଗା । ରାଜସ୍ଥାନରୁ ସାଇବର ବ୍ଲାକମେଲର ଗ୍ୟାଙ୍ଗର 2 ଜଣ ଲୁଟେରାଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ। ନ୍ୟୁଡ ଭିଡିଓ କଲ୍ କରି ବ୍ଲାକମେଲ କରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । କଟକର ଜଣେ ବରିଷ୍ଠ ନାଗରିକଙ୍କୁ ହ୍ବାଟସାପରେ ନ୍ୟୁଡ ଭିଡିଓ କଲ୍ କରି ବ୍ଲାକମେଲ କରିବା ସହ ପାଖାପାଖି ୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏହି ଲୁଟେରା । ଏ ନେଇ ଥାନାରେ ଏତଲା ପରେ କଟକ ସାଇବର ଥାନାର ଏକ ଟିମ୍ ରାଜସ୍ଥାନ ଯାଇ ଦୀର୍ଘ ୧୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଏହି ସାଇବର ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ଏନେଇ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା, ୧୬ ଟି ମୋବାଇଲ ଫୋନ୍, ୨୦ ଟି ସିମ୍ କାର୍ଡ ଜବତ କରାଯାଇଛି । ରାଜସ୍ଥାନର ଭରତପୁରରେ ଏମାନଙ୍କର ଗୋଟିଏ ବଡ଼ ଗ୍ୟାଙ୍ଗ ରହିଛି । ଏମାନେ ଅଧିକ ଶିକ୍ଷିତ ନ ଥିବା ସତ୍ତ୍ଵେ ଗୁଗଲ ସାହାଯ୍ୟରେ ନ୍ୟୁଡ ଭିଡିଓ କଲ୍ କରି ବ୍ଲାକମେଲ କରିବାର କୌଶଳ ଶିଖିଥିଲେ । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଏମ ଡି ଇଝାରଉଦ୍ଦୀନ ଅନ୍ସାରୀ ଓ ସାକିର ଖାନ। ବର୍ତ୍ତମାନ ସେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି ସାଇବର ଥାନା ପୋଲିସ ।

ଏହା ମଧ୍ୟ ପଢନ୍ତୁ-କୋଟିଆରେ ଷ୍ଟ୍ରବେରୀ ଚାଷ କରି ପ୍ରଂଶସା ସାଉଁଟିଲେ ଚାଷୀ, ଅନ୍ୟମାନଙ୍କ ପାଇଁ ପ୍ରେରଣା ବାସନା ଗେମେଲ

ଏହା ମଧ୍ୟ ପଢନ୍ତୁ-Ratna Bhandar Issue: ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ, ସେବାୟତ କହିଲେ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ

ତେବେ ଦିନ କୁ ଦିନ ସୋସିଆଲ ମିଡିଆରେ ଏହି ଭଳି ଭାବରେ ଲୁଟ କରିବା ବୃଦ୍ଧି ପାଉଛି । ଯାହାର ଶିକାର ହେଉଛନ୍ତି ବରିଷ୍ଠ ନାଗରିକ । କାରଣ ଇଣ୍ଟରନେଟ ବାବଦ ରେ କୌଣସି ଜ୍ଞାନ ନ ଥିବା ହେତୁ ଏପରି ଶିକାର ହେଇଛନ୍ତି ସେମାନେ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏକ ଲୁଟ ର ମାଧ୍ୟମ ପାଲଟିଛି । ନ୍ୟୁଡ଼ କଲ କରି ସ୍କ୍ରିନସଟ ରଖି ଲୋକଙ୍କୁ ବ୍ଲାକମେଲ କରିବା ପରେ ଟଙ୍କା ଲୁଟିଛନ୍ତି ଲୁଟେରା। ତେବେ ଏହି ଘଟଣାରେ ଆଉ କେଉଁ ଲିଙ୍କ ରହିଛି ଅଧିକ ତଦନ୍ତ ଜାରି ରଖିଛି ସାଇବର ଥାନା ପୋଲିସ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

ଇଟିଭି ଭାରତ, କଟକ

ABOUT THE AUTHOR

...view details