ଓଡିଶା

odisha

ETV Bharat / state

ଧାନ ଭଳି ମାଣ୍ଡିଆ ଉତ୍ପାଦନରେ ଲାଭବାନ ହେବେ ଚାଷୀ: ଜାତୀୟ ଧାନ ଗବେଷଣା ଅନୁଷ୍ଠାନ - ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ

ସଫଳ ମାଣ୍ଡିଆ ଚାଷୀ ତିଆରି କରିବ ଜାତୀୟ ଧାନ ଗବେଷଣା କେନ୍ଦ୍ର ( national rice research institute )। ଅନ୍ୟ ଫସଲ ଭଳି ମାଣ୍ଡିଆ ମଧ୍ୟ ପର୍ଯ୍ୟାପ୍ତ ପରିମାଣର କ୍ରୟ ଓ ବିକ୍ରୟ ହେବ। ବର୍ତ୍ତମାନ କେବଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ ବରଂ ଏହା ପ୍ରତ୍ୟେକ ଅଞ୍ଚଳରେ କରାଯାଇ ପାରିବ। ଅଧିକ ପଢ଼ନ୍ତୁ

ଧାନ ଭଳି ମାଣ୍ଡିଆ ଉତ୍ପାଦନରେ ଲାଭବାନ ହେବେ ଚାଷୀ
ଧାନ ଭଳି ମାଣ୍ଡିଆ ଉତ୍ପାଦନରେ ଲାଭବାନ ହେବେ ଚାଷୀ

By ETV Bharat Odisha Team

Published : Oct 6, 2023, 10:46 PM IST

ଧାନ ଭଳି ମାଣ୍ଡିଆ ଉତ୍ପାଦନରେ ଲାଭବାନ ହେବେ ଚାଷୀ

କଟକ:ସଫଳ ମାଣ୍ଡିଆ ଚାଷୀ ତିଆରି କରିବ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ( national rice research institute )। ଅନ୍ୟ ଫସଲ ଭଳି ମାଣ୍ଡିଆ ମଧ୍ୟ ପର୍ଯ୍ୟାପ୍ତ ପରିମାଣର କ୍ରୟ ଓ ବିକ୍ରୟ ହେବ । ବର୍ତ୍ତମାନ କେବଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ ବରଂ ଏହା ପ୍ରତ୍ୟେକ ଅଞ୍ଚଳରେ କରାଯାଇ ପାରିବ । ତେବେ ଚାଷୀଟିଏ ମାଣ୍ଡିଆ ଚାଷ କରି ପରିବାର ପ୍ରତି ପୋଷଣ କରି ପାରିବ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପରିସରରେ ନିଫଟମ (National Institute of Food Technology Entrepreneurship and Management) ଏବଂ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ମିଲେଟ ଏକ୍ସ ପୋ 2023 ଅନୁଷ୍ଠିତ ହୋଇଯାଇଛି।

ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ଚାଷୀ ବୈଜ୍ଞାନିକ ମାନେ ମାଣ୍ଡିଆ ଚାଷ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ଓୟୁଏଟିର କୁଳପତି ପ୍ରଫେସର୍ ପ୍ରଭାତ କୁମାର ରାଉଳ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସ୍ଥିରତା କୃଷି, ଖାଦ୍ୟ, ଏବଂ ପୃଷ୍ଟିକର ନିରାପତ୍ତାର ବିଶ୍ବସ୍ତରୀୟ ଆହ୍ଵାନର ମୁକାବିଲା କରିବାରେ ମାଣ୍ଡିଆର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ତେବେ ଏହି ସମ୍ମିଳନୀରେ ନିଫଟମର ନିର୍ଦ୍ଦେଶକ ପ୍ରଫେସର୍ ଭି ପାଲାନିମୁଥୁ ମିଲେଟ୍ ମୂଲ୍ୟ ବୃଦ୍ଧି ପାଇଁ ମିଲେଟ୍ ଆଇସ କ୍ରିମ, ମିଲେଟ୍ ବିସ୍କୁଟ, ମିଲେଟ୍ ଇଡଲି ଆଦି ପ୍ରସ୍ତୁତ କରାଯାଇ ପାରୁଛି ବୋଲି କହିଥିଲେ।

ଏହା ମଧ୍ୟ ପଢ଼ନ୍ତୁ....ବିଶ୍ବ ଦେଖିଲା ରାଇମତିଙ୍କ ମାଣ୍ଡିଆ ଶସ୍ୟ, ଅନ୍ତର୍ଜାତୀୟ କୃଷି ସମ୍ମିଳନୀରେ ସାମିଲ ହେଲେ ହର୍ଷିତା

ତେବେ ଏହି କାର୍ଯ୍ୟକ୍ରମରେ ଏନଆରଆରଆଇର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ ଯୋଗଦେଇ କହିଛନ୍ତି, "ମାଣ୍ଡିଆ ଏକ କ୍ଷୁଦ୍ରଦାନା ଯୁକ୍ତ ଶସ୍ୟ । ଯାହାକି ଘାସରୁ ସୃଷ୍ଟି ହୋଇଥାଏ । ସାଧାରଣତଃ ଏହି ଶସ୍ୟର ଚାଷ ପାହାଡିଆ ଏବଂ ଢାଲୁ ଅଞ୍ଚଳରେ ବର୍ଷା ଦିନେ କରାଯାଏ । ସାଧାରଣତଃ ଚାଷୀମାନେ ଏହି ଚାଷ କରିଥାନ୍ତି । ଏହି ଶସ୍ୟରେ ଖାଦ୍ୟ ଓ ପୋଷକତତ୍ତ୍ବର ମାତ୍ରା ଅଧିକ ପରିମାଣରେ ଥାଏ । ଏହା ସହଜରେ ହଜମ ହୋଇଯାଏ । ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଏହା ଏକ ପ୍ରଧାନ ଖାଦ୍ୟ। ତେଣୁ ଅଧିକରୁ ଅଧିକ ନୂତନ ପଦ୍ଧତିରେ ମାଣ୍ଡିଆ ଚାଷ କରି କିଭଳି ଚାଷୀମାନେ ଉଦ୍ୟୋଗୀ ହୋଇ ପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯିବ।" ଏହି ଅବସରରେ ମାଣ୍ଡିଆ ଚାଷ ସମ୍ପର୍କିତ ଓଡ଼ିଆ ଏବଂ ଇଂରାଜୀ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ନିଫ୍ଟମ ଏବଂ ଏନଆରଆରଆଇ ମଧ୍ୟରେ ମାଣ୍ଡିଆ ଚାଷ ସମ୍ପର୍କିତ ଏକ ଏମଓୟୁ ସ୍ବାକ୍ଷରିତ କରାଯାଇଥିଲା । ମାଣ୍ଡିଆ ଚାଷ ଉପରେ ପ୍ରଶିକ୍ଷଣ ନେଇଥିବା କିଛି ଚାଷୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅତିଥିମାନେ ମିଲେଟ ଏକ୍ସପୋ 2023କୁ ଉଦ୍ଘାଟନ କରିବା ସହିତ ମାଣ୍ଡିଆର ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ।

ଇଟିଭି ଭାରତ, କଟକ

ABOUT THE AUTHOR

...view details