ଓଡିଶା

odisha

ETV Bharat / state

ମା' ଗଡ଼ଚଣ୍ଡୀଙ୍କୁ ଅନଲାଇନରେ ଦର୍ଶନ କରିପାରିବେ ଭକ୍ତ - Ma Gadchandi

ଆଜି(ଶୁକ୍ରବାର) ସବୁ ମଣ୍ଡପରେ ମହାସପ୍ତମୀ ପୂଜା ରୀତିନୀତି ଅନୁସାରେ ହେଉଥିବାବେଳେ ପୀଠେ ମହାଷ୍ଟମୀ ପୂଜା ମଧ୍ୟ ପାଳିତ ହେଉଛି ।

Ma Gadchandi
ପୀଠେ ମହାଷ୍ଟମୀ ପୂଜା

By

Published : Oct 23, 2020, 7:14 PM IST

Updated : Oct 23, 2020, 7:35 PM IST

କଟକ: ଆସିଛି ପାର୍ବଣ ଋତୁର ମାହୋଲ । ଧରାବତରଣ କରିଛନ୍ତି ମା’ ଜଗଦଜନନୀ । ଧରାପୃଷ୍ଠକୁ ଓହ୍ଲାଇବା ପରେ ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ । ଏନେଇ ଆଜି(ଶୁକ୍ରବାର) ସବୁ ମଣ୍ଡପରେ ମହାସପ୍ତମୀ ପୂଜା ରୀତିନୀତି ଅନୁସାରେ ହେଉଥିବାବେଳେ ପୀଠେ ମହାଷ୍ଟମୀ ପୂଜା ମଧ୍ୟ ପାଳିତ ହେଉଛି ।

ବିନା ଶ୍ରଦ୍ଧାଳୁରେ ମନ୍ଦିରର ସମସ୍ତ ନୀତିକାନ୍ତିରେ ମା' ଙ୍କୁ ପୂଜାର୍ଚ୍ଚନା କରାଯାଉଛି । ହେଲେ ଚଳିତବର୍ଷ କୋରୋନା କଟକଣା ଯୋଗୁଁ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନରେ ପ୍ରତିବନ୍ଧକ ଲଗାଯାଇଛି ।

ତେବେ ଯେଉଁ ଭକ୍ତମାନେ ଆସି ପାରୁନାହାନ୍ତି, ସେମାନଙ୍କ ପାଇଁ ଅନଲାଇନରେ ମା'ଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ସେମାନେ ଟିଭି ଓ ମୋବାଇଲ ମାଧ୍ୟମରେ ମା'ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ତେବେ କୋଭିଡ ଗାଇଡ଼ଲାଇନରେ କିପରି ହେଉଛି ପୂଜା ମନ୍ଦିର ପୂଜକ ପଣ୍ଡିତ ଜିତେନ୍ଦ୍ର ନନାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ।

ପୀଠେ ମହାଷ୍ଟମୀ ପୂଜା

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 23, 2020, 7:35 PM IST

ABOUT THE AUTHOR

...view details