ଓଡିଶା

odisha

ETV Bharat / state

ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବାରବାଟୀ ମରାମତି କାମ

ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବାରବାଟି ଷ୍ଟାଡିୟମର ମରାମତି କାମ । ସୋମବାର ଆୟୋଜିତ ଓସିଏ କାଉନସିଲ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

By

Published : Oct 29, 2019, 1:58 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, କଟକ

କଟକ: ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବାରବାଟି ଷ୍ଟାଡିୟମର ମରାମତି କାମ । ସମସ୍ତ ମରାମତି କାମକୁ ଶୀଘ୍ର ଶେଷ କରାଯିବା ନେଇ ବିସିସିଆଇ ସଭାପତିଙ୍କ ସହ ଏସମ୍ପର୍କରେ ହେବ ଆଲୋଚନା । ସୋମବାର ଆୟୋଜିତ ଓସିଏ କାଉନସିଲ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ପୂର୍ବରୁ ମସ୍କୋ କମ୍ପାନୀ ଷ୍ଟାଡିୟମ ଫ୍ଲଡ ଲାଇଟକୁ ପରିଦର୍ଶନ କରିଛନ୍ତି । ବାତ୍ୟା 'ଫନି'ରେ ଲକ୍ଷାଧିକ ଟଙ୍କାର ଫ୍ଲଡ଼ ଲାଇଟ ଭାଙ୍ଗିଥିବା ଆକଳନ ହୋଇଛି । ତେବେ କାମ ଆରମ୍ଭର 15 ଦିନ ମଧ୍ୟରେ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ମସ୍କୋ କମ୍ପାନୀ ।

ଏଥିସହିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କିପରି କ୍ରିକେଟକୁ ତୃଣମୂଳ ସ୍ତରରୁ ବିକାଶ କରି ହେବ ସେ ଦିଗରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଗାଁ ଗହଳିରେ ଭଲ ଭଲ କ୍ରିକେଟରକୁ ବଛା ଯିବା ସହ ସ୍କୁଲ କଲେଜରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇ ଖେଳାଳି ଚୟନ କରାଯିବ ।

ବାରବାଟୀକୁ ଚତୁର୍ଦ୍ଦିଗରୁ ବିକାଶ କରାଯିବା । କାରଣ ଫନି ଯିବା ପରେ ଷ୍ଟାଡିୟମର ସ୍ଥିତି ବେହାଲ ହୋଇଥିବାବେଳେ ଇଣ୍ଡୋର ଷ୍ଟାଡିୟମ, ଜିମ୍‌, ପ୍ରେସ ଗ୍ୟାଲେରି ଭାଙ୍ଗିଯାଇଛି । ତେବେ ଆସନ୍ତା ମାସ ପ୍ରଥମ ସପ୍ତାହରୁ ମରାମତି କାମ ଆରମ୍ଭ କରାଯିବ ନେଇ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details