ଓଡିଶା

odisha

ETV Bharat / state

ତଡିପାର ହେବ ଦୁର୍ଦ୍ଦାନ୍ତ ଅପରାଧି ସକିଲ - Notorious Gangster Shakil To Be Externed

କୁଖ୍ୟାତ ଅପରାଧୀ ସେଖ୍ ସକିଲକୁ ତଡ଼ିପାର ନୋଟିସ୍ । ସେଖ୍ ସକିଲ ସହ ଡାନି ଖଣ୍ଡେଇ ଭଳି ଅପରାଧୀଙ୍କ ନାଁରେ ରହିଛି ତଡ଼ିପାର ନୋଟିସ୍ । ଅଧିକ ପଢ଼ନ୍ତୁ

କୁଖ୍ୟାତ ଅପରାଧୀ ସେଖ୍ ସକିଲକୁ ତଡ଼ିପାର ନୋଟିସ୍
କୁଖ୍ୟାତ ଅପରାଧୀ ସେଖ୍ ସକିଲକୁ ତଡ଼ିପାର ନୋଟିସ୍

By

Published : Oct 27, 2022, 7:21 AM IST

କଟକ:କୁଖ୍ୟାତ ଅପରାଧୀ ସେଖ୍ ସକିଲକୁ ତଡ଼ିପାର ନୋଟିସ୍ । ସେଖ୍ ସକିଲ ସହ ଡାନି ଖଣ୍ଡେଇ ଭଳି ଅପରାଧୀଙ୍କ ନାଁରେ ରହିଛି ତଡ଼ିପାର ନୋଟିସ୍ । ଏହି ଅପରାଧୀଙ୍କୁ ନେଇ ଏବେ କଠୋର ହୋଇଛି କଟକ କମିଶନରେଟ ପୋଲିସ । କଟକରେ 11ଜଣ ପେସାଦାର ଅପରାଧୀଙ୍କୁ ତଡ଼ିପାର କରିବା ପାଇଁ ପୋଲିସ କମିଶନରଙ୍କ ନିକଟରେ ଆବେଦନ କରିଛି କଟକ କମିଶନରେଟ ପୋଲିସ । ଏନେଇ ପୋଲିସ କମିଶନର ସମ୍ପୃକ୍ତ 11ଜଣଙ୍କୁ ନୋଟିସ ଜାରି କରିଛନ୍ତି ।

କୁଖ୍ୟାତ ଅପରାଧୀ ସେଖ୍ ସକିଲକୁ ତଡ଼ିପାର ନୋଟିସ୍

ଏହାସହ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ଲିଖିତ ଭାବେ ପକ୍ଷ ରଖିବା ପାଇଁ ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି । ଆସନ୍ତା ୨୮ ତାରିଖରେ ଦିନ କଟକ ଡିସିପିଙ୍କ ପକ୍ଷରୁ ହୋଇଥିବା ଏହି ଆବେଦନର ଶୁଣାଣି କରାଯିବ । 11 ଜଣ ଅପରାଧୀଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ସେଖ୍ ସକିଲ ଓ ଡ଼ାନି ଖଣ୍ଡେଇ ଭଳି ଅପରାଧୀଙ୍କ ନାଁ ରହିଛି । ଏନେଇ ଦୁଇ ଅଭିଯୁକ୍ତଙ୍କୁ ନୋଟିସ ଜାରି ହୋଇଥିବା ବେଳେ ବାକି ସମସ୍ତ ଅପରାଧୀଙ୍କ ପିଛା 15ରୁ ଊର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଛି । ତଡିପାର ଅର୍ଥ ଆଗାମୀ ଗୋଟିଏ ବର୍ଷ ପାଇଁ ଅପରାଧୀଙ୍କୁ କମିଶନରେଟ ପୋଲିସ ଅଞ୍ଚଳରେ ରଖାଯାଇ ପାରିବନାହିଁ ।

ତଡ଼ିପାର ନିର୍ଦ୍ଦେଶ ପରେ ଯେଉଁ ଅଭିଯୁକ୍ତମାନେ ସହର ନଛାଡ଼ନ୍ତି ସେମାନଙ୍କୁ ଆଇନ ଅନୁସାରେ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି । ଅନ୍ୟପକ୍ଷରେ ତଡିପାର ହେବାକୁ ଥିବା ୧୧ଜଣ ଅପରାଧୀ ଆସନ୍ତା ୨୮ ତାରିଖରେ ନିଜର ପକ୍ଷ ରଖିବେ । ଏହି ସମସ୍ତ ଅଭିଯୁକ୍ତ ନିକଟରେ ଜେଲରୁ ମୁକୁଳିଛନ୍ତି । ଆଉ ବର୍ତ୍ତମାନ ଏହି ଅପରାଧୀ ଏବେ ସହରରେ ଅଛନ୍ତି । ଆଗକୁ ଏମାନେ ପୁଣିଥରେ ଅପରାଧ ଘଟାଇବାର ସମ୍ଭାବନା ରହିଛି ।

ତେଣୁ ଏମାନଙ୍କୁ ସହରରୁ ତଡିପାର ପାଇଁ ସୁପାରିଶ କରାଯାଇଛି । କମିଶନରେଟ ପୋଲିସର ପାର୍ବଣ ପାଇଁ ଚାଲୁଥିବା ସ୍ବତନ୍ତ୍ର ଡ୍ରାଇଭରେ ବିଭିନ୍ନ ଥାନା ଅଧୀନର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର କରିବା ପାଇଁ ୧୧ ଜଣିଆ ତାଲିକା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ ।

ରାଜଧାନୀରେ ଆଉ ଚାଲିବନି ଭାଇଗିରି କି ଦାଦାଗିରି । ଅପରାଧୀଙ୍କୁ କମିଶନରେଟ ପୋଲିସର ତଡିପାର ନିର୍ଦ୍ଦେଶ । ବସ୍ତିରେ ଥିବା ଅପରାଧୀ କୌଣସି ବ୍ୟତିକ୍ରମ କଲେ ଏଥର କମିଶନରେଟ ପୋଲିସ ନେବ କଡ଼ା କାର୍ଯ୍ୟାନୁଷ୍ଠାନ । ଦୁର୍ଗା ପୂଜାରୁ ଆରମ୍ଭ ହୋଇଥିବା କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ପୁଣି ଏବେ ବୁଲିବ ।

ଏସମ୍ପର୍କରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି,''ଯେଉଁ ଅପରାଧୀଙ୍କ ନାଁରେ ଅଭିଯୋଗ ଅଛି ପୋଲିସ କମିଶନର ପ୍ରତିପକ୍ଷକୁ ନୋଟିସ କରିଛନ୍ତି ତାଙ୍କ ପକ୍ଷ ରଖିବାକୁ। ଏହି କ୍ରମରେ ପୋଲିସ ଓ ଅପରାଧୀ ଉଭୟ ଆଡୁ ନିଜ ନିଜ ପକ୍ଷ ରଖିବେ । ତା ପରେ ହେବ ନିଷ୍ପତ୍ତି''।

ଇଟିଭି ଭାରତ, କଟକ

ABOUT THE AUTHOR

...view details