ଓଡିଶା

odisha

ETV Bharat / state

ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧୀ, ଦାମୀ କାର୍ ଓ ଅଫୁଟା ଗୁଳି ଜବତ - gun sized

ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ। ବନ୍ଧୁକ ବ୍ୟବସାୟ ମାମଲାରେ ଆଜି ଉଭୟଙ୍କୁ ବିଦ୍ୟାଧରପୁର ପୋଲିସ କଲା ଗିରଫ । ଏହାସହ 6 ଟି ବନ୍ଧୁକ , ଅନେକ ଅଫୁଟା ଗୁଳି, ମୋବାଇଲ ଓ ଦାମୀ କାର ମଧ୍ୟ ଜବତ କରିଛି ପୋଲିସ। ଅଧିକ ପଢନ୍ତୁ...

ପୋଲିସ ହ୍ୟାଣ୍ଡକପରେ କୁଖ୍ୟାତ ଅପରାଧୀ ପପୁ ଓ ଦିପୁ
ପୋଲିସ ହ୍ୟାଣ୍ଡକପରେ କୁଖ୍ୟାତ ଅପରାଧୀ ପପୁ ଓ ଦିପୁ

By

Published : Apr 11, 2021, 1:07 PM IST

କଟକ: ଚଉଳିଆଗଞ୍ଜ ପୋଲିସକୁ ବଡ଼ ସଫଳତା। ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ। ଦିପୁ ଓରଫ ଅଜିତ୍ ରାୟର ଘର ବିରିଡି ଜଗତସିଂହପୁର ହୋଇଥିବା ବେଳେ ପପୁ ଓରଫ ଅଜୟ ମହାରାଣ ଗଞ୍ଜାମର। ବନ୍ଧୁକ ବ୍ୟବସାୟ ମାମଲାରେ ଆଜି ଉଭୟଙ୍କୁ ବିଦ୍ୟାଧର ପୁର ଗିରଫ କଲା ପୋଲିସ । ଏହାସହ 6 ଟି ବନ୍ଧୁକ , ଅନେକ ଅଫୁଟା ଗୁଳି, ମୋବାଇଲ ଓ ଦାମୀ କାର ମଧ୍ୟ ଜବତ କରିଛି ପୋଲିସ।

ପୋଲିସ ହ୍ୟାଣ୍ଡକପରେ କୁଖ୍ୟାତ ଅପରାଧୀ ପପୁ ଓ ଦିପୁ

ବିଗତ 10 ବର୍ଷ ଧରି ଏହି 2 ଦୁର୍ଦ୍ଦାନ୍ତ ଅପରାଧୀ ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଅଛନ୍ତି। ପପୁ ନାଁରେ 11ଟି କେସ ଯାଜପୁର,କଟକ, ଖୋର୍ଦ୍ଧାରେ ରହିଥିବା ବେଳେ ଦିପୁ ନାଁରେ ମଧ୍ୟ 10ଟି କେସ ରହିଛି କଟକ, କଟକ ରୁରାଲ, ଯାଜପୁର ଆଦି ବିଭିନ୍ନ ଜିଲ୍ଲାରେ ରହିଛି।

ତେବେ ଏହି ଅପରାଧୀଙ୍କୁ ଧରିବା କମିସନରେଟ ପୋଲିସ ପାଇଁ ଏକ ବଡ ସଫଳତା। ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଜୋରଦାର କରି ଶାନ୍ତି ଶୃଙ୍ଖଳତା ରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରହିବ। ଏହାସହ ବିଗତ 12 ଦିନ ଭିତରେ ଚାଉଳିଆଗଞ୍ଜ ପୋଲିସ 13ଟି ବନ୍ଧୁକ ଜବତ କରିଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details