ଓଡିଶା

odisha

By

Published : Nov 13, 2019, 2:26 PM IST

ETV Bharat / state

ବାଲିଯାତ୍ରାରେ ଦର୍ଶକ ନେବେ ଛାଡଖାଇର ମଜା

ଛାଡଖାଇ ଅବସରରେ ବାଲିଯାତ୍ରା ପଡିଆରେ ଆମିଷର ମଜା ନେବେ ଦର୍ଶକ । ଏଥିପାଇଁ ପ୍ରସ୍ତୁତ ବ୍ୟବସାୟୀ ।

ଡିଡାଇନ ଫଟୋ

କଟକ: ବାଲିଯାତ୍ରାର ଆଜି ଦ୍ୱିତୀୟ ଦିନ। ବୁଧବାର ସାଙ୍ଗକୁ ଛାଡଖାଇ ପଡ଼ୁଥିବାରୁ ଆମିଷ ଉପରେ ସମସ୍ତଙ୍କ ନଜର । ଖାଉଟିଙ୍କ ଆଗ୍ରହ ଦେଖି ବିଭିନ୍ନ ପ୍ରକାର ଆମିଷ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ବ୍ୟବସାୟୀ । ଆମିଷର ନୂଆ ନୂଆ ଖାଦ୍ୟପଦାର୍ଥ ପ୍ରସ୍ତୁତ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବିଶେଷକରି ମାଛ, ଚିକେନ୍, ମଟନରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି । ତେବେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦର ମଧ୍ୟ କମ୍ ରଖାଯାଇଥିବା ବ୍ୟବସାୟୀ କହିଛନ୍ତି । ସନ୍ଧ୍ୟା ସମୟରେ ଦର୍ଶକଙ୍କ ଭିଡ଼ ଜମିବ। ବାଲିଯାତ୍ରା ପଡ଼ିଆରେ ଛାଡଖାଇ କରିବା ନିଆରା । ତେବେ ବିଭିନ୍ନ ପ୍ରକାର ଆମିଷ ଖାଦ୍ୟ ଖାଇ ବାଲିଯାତ୍ରା ବୁଲିବା ପାଇଁ ଲୋକେ ବେଶ ଉତ୍ସାହିତ ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details