କଟକ: ଶେଷ ହୋଇଛି କାର୍ତ୍ତିକ ମାସ । ଆଜି ହେଉଛି ଛାଡଖାଇ । କାର୍ତ୍ତିକ ମାସରେ ଛାଡିଥିବା ଖାଦ୍ୟକୁ ପୁଣିଥରେ ଭକ୍ଷଣ କରାଯିବ । ଏନେଇ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଜମିଛି ଗ୍ରାହକଙ୍କ ଭିଡ । ମାଛଠୁ ଆରମ୍ଭ କରି ଚିକେନ, ମଟନ ଘରକୁ କିଣି ନେଉଛନ୍ତି ଗ୍ରାହକ । ମାସକ ଯାକ ପାଟିରେ ବାଜିନଥିବା ଆମିଷ ଆଜି ଖିଆଯିବ । ଛାଡଖାଇ ଥିବାରୁ ଭଲ ବେପାର ହେବା ବୋଲି ଆଶା ରଖିଛନ୍ତି ଦୋକାନୀ । କିନ୍ତୁ ଆଜି ମଙ୍ଗଳବାର ଥିବାରୁ କଟକରେ ଛାଡଖାଇ ବଜାର ମାନ୍ଦା ପଡିଛି । ହାତ ବାନ୍ଧି ବସିଛନ୍ତି ଅମିଷ ବ୍ୟବସାୟୀ । ଯେଉଁ ଅନୁସାରେ ବ୍ୟବସାୟ ହେବା କଥା ତାହା ହୋଇନାହିଁ । ଆସନ୍ତାକାଲି ବୁଧବାର ଥିବାରୁ ବୋପାର ଭଲ ହେବ ଆଶା ରଖିଛନ୍ତି ବ୍ୟବସାୟୀ ।
ଏହା ମଧ୍ୟ ପଢନ୍ତୁ-ମାଡ ଖାଇଲା ଛାଡଖାଇ: ଆମିଷ ବଜାରରେ ନାହିଁ ଭିଡ, କାଲିକୁ ଆଶା
ଗୋଟିଏ ମାସର ବ୍ୟବଧାନ ପରେ ଆଜି ଛାଡଖାଇ ଥିବାରୁ ଅମିଷ ବ୍ୟବସାୟ ଜମିବ ବୋଲି ବ୍ୟବସାୟୀ ଆଶା ରଖିଥିଲେ । କିନ୍ତୁ ମଙ୍ଗଳବାର ଥିବାରୁ କାଁ ଭାଁ ଲୋକ ଆସି ବଜାରରେ ମାଛ, ମାଂସ କିଣିଛନ୍ତି । ଆଶା ଅନୁଯାୟୀ ବ୍ୟବସାୟ ହୋଇନଥିବାରୁ ବ୍ୟବସାୟୀ ବୁଧବାରକୁ ଅପେକ୍ଷା କରିଛନ୍ତି । ବ୍ୟବସାୟୀମାନଙ୍କ କହିବାନୁଯାୟୀ , ଆଜି ମଙ୍ଗଳବାର ଥିବାରୁ ଲୋକ ମାନେ କମ ଅମିଷ ଖାଆନ୍ତି। କିନ୍ତୁ ଆସନ୍ତା କାଲି ଗ୍ରାହକଙ୍କ ଭିଡ ଜମିବ ଓ ଭଲ ବ୍ୟବସାୟ ହେବ । ଏଥି ପାଇଁ ଆମେ ପ୍ରସ୍ତୁତ ରହିଛୁ। ଆମ ପାଖରେ ଭେରାଇଟ ମାଛ ରହିଛି । ଦର ପୂର୍ବ ଭଳି ରହିଛି। ଗ୍ରାହକ ମାନେ ଦୋକାନ ଆସିଲେ ମଧ୍ୟ କମ କମ କ୍ରୟ କରୁଛନ୍ତି ।