ଓଡିଶା

odisha

ETV Bharat / state

Municipality Election: ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ - କଟକ ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ଖବର

ପୌର ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ । ଆଜି ପ୍ରଥମ ଦିନରେ କେହି ବି ଜଣିଏ ପ୍ରାର୍ଥି, ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି । କିନ୍ତୁ, ବହୁ ସଂଖ୍ୟାରେ ଆଶାୟୀ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର କିଣିଛନ୍ତି । ସେପଟେ ପ୍ରାର୍ଥୀ ପତ୍ର ଦାଖଲ ଠାରୁ ଆରମ୍ଭ କରି ଚୂଡ଼ାନ୍ତ ତାଲିକା ଘୋଷଣା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ କରିବାକୁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

୍େ
Municipality Election: ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ

By

Published : Mar 2, 2022, 8:22 PM IST

Updated : Mar 2, 2022, 8:34 PM IST

କଟକ: ପୌର ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ । ଆଜି ପ୍ରଥମ ଦିନରେ କେହି ବି ଜଣିଏ ପ୍ରାର୍ଥି, ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି । କିନ୍ତୁ, ବହୁ ସଂଖ୍ୟାରେ ଆଶାୟୀ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର କିଣିଛନ୍ତି । ସେପଟେ ପ୍ରାର୍ଥୀ ପତ୍ର ଦାଖଲ ଠାରୁ ଆରମ୍ଭ କରି ଚୂଡ଼ାନ୍ତ ତାଲିକା ଘୋଷଣା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ କରିବାକୁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ।

Municipality Election: ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ

ସିଏମସି କାର୍ଯ୍ୟାଳୟ ଆଗରେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ । ଦଳରୁ ଟିକେଟ ମିଳୁ କିମ୍ବା ନମିଳୁ, ନିର୍ବାଚନ ମଇଦାନରେ ଲଢ଼ିବାକୁ ପ୍ରସ୍ତୁତ ହୋଇଗଲେଣି ଆଶାୟୀ । ନାମାଙ୍କନ ପତ୍ର କିଣି ନିର୍ବାଚନ ପର୍ବରେ ସାମିଲ ହେବାକୁ ନିଜକୁ ପ୍ରସ୍ତୁତ କରିଦେଲେଣି ଆଶାୟୀ ପ୍ରାର୍ଥୀ । ଅନେକ ପୂର୍ବତନ କର୍ପୋରେଟର, ନାମାଙ୍କନ ପତ୍ର କିଣି ନିର୍ବାଚନରେ ସାମିଲ ହେବାକୁ ଏକ ପ୍ରକାର ମନସ୍ଥ ବି କରିଦେଲେଣି । ପ୍ରାର୍ଥୀପତ୍ର କିଣିବା ପାଇଁ ହୋଇଥିବା ଧାଡ଼ିରେ ତିନି ପ୍ରମୁଖ ରାଜନୈତିକ ଦଳର ଆଶାୟୀଙ୍କ ସଂଖ୍ୟା ସବୁଠାରୁ ବେଶୀ ରହିଛି । ସେମାନଙ୍କୁ ପୁଣି ଥରେ ଦଳିୟ ଟିକେଟ ମିଳିବା ଆଶା ନେଇ ଅନେକ ପୁରୁଣା କର୍ପୋରେଟର ପ୍ରାର୍ଥୀପତ୍ର କିଣିଥିବା ବେଳେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ କିଛି ନୂଆ ଆଶାୟୀଙ୍କୁ ମଧ୍ୟ ଆଜି(ବୁଧବାର) ପ୍ରାର୍ଥୀପତ୍ର କିଣୁଥିବାର ଦେଖିବାକୁ ମିଳିଥିଲା ।

ସେପଟେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକୁ ବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମେୟର ପ୍ରାର୍ଥୀମାନେ ସିଏମସି କାର୍ଯ୍ୟାଳୟରେ ଏବଂ କର୍ପୋରେଟର ପ୍ରାର୍ଥୀମାନେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ପ୍ରାର୍ଥୀପତ୍ର ଦାଖଲ ଠାରୁ ଆରମ୍ଭ କରି ଚୂଡ଼ାନ୍ତ ତାଲିକା ଘୋଷଣା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଢଙ୍ଗରେ କରାଯିବ ବୋଲି କହିଛନ୍ତି ଏଡିଏମଓ ।

ନାମାଙ୍କନ ପତ୍ର ଦାଖଲ କରିବାର ଆଜି ପ୍ରଥମ ଦିନରେ କେହି ନାମାନଙ୍କନ ପତ୍ର ଦାଖଲ କରିନାହାନ୍ତି । ଦିନେ ଦୁଇ ଦିନ ମଧ୍ୟରେ ପ୍ରମୁଖ ରାଜନୈତିକ ଦଳର ପାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 2, 2022, 8:34 PM IST

ABOUT THE AUTHOR

...view details