କୋର୍ଟ ବନ୍ଦ କରିବା ଅଧିକାର କୌଣସି ଓକିଲଙ୍କର ନାହିଁ: ହାଇକୋର୍ଟ ବାର ସଭାପତି କଟକ: ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ହାଇକୋର୍ଟ ବାର ଆସୋସିଏସନ ସଭାପତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ କୌଣସି ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ । ତେଣୁ ଓକିଲ ମାନଙ୍କ ଆନ୍ଦୋଳନ କରିବାର ଅଧିକାର ଅଛି ନାଁ ନାହିଁ ସେନେଇ ସମୀକ୍ଷା କରାଯିବା ଉଚିତ ସଂଘ ମତ ରଖିଛି ।
ଏହା ବି ପଢ଼ନ୍ତୁHigh Court Bench Demand: ଆନ୍ଦୋଳନ ବନ୍ଦ ହୋଇଛି ଦାବି ନୁହେଁ କହିଲେ ଓକିଲ ସଂଘର ପୂର୍ବତନ ସଭାପତି
ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ହାଇକୋର୍ଟ ବାର ଆସୋସିଏସନ ସଭାପତି କାଳୀ ପ୍ରସନ୍ନ ମିଶ୍ର । ସମ୍ବଲପୁରରେ ଓକିଲ ଆନ୍ଦୋଳନକୁ ସେ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, "କୋର୍ଟ ବନ୍ଦ କରିବା କୌଣସି ଓକିଲଙ୍କ ଅଧିକାର ନାହିଁ । ତେଣୁ ଆନ୍ଦୋଳନର ଅନ୍ୟ ଦିଗ ମଧ୍ୟ ରହିଛି । କିନ୍ତୁ କୋର୍ଟ ବନ୍ଦ କରି ବିଚାରପତି ଙ୍କୁ ଖରାପ ବ୍ୟବହାର କରିବା ଅନୁଚିତ । ସେହିପରି ମହକିଲମାନଙ୍କୁ ମଧ୍ୟ ହଇରାଣ ନକରିବା ଉଚିତ ।"
ତେବେ ଓକିଲଙ୍କ ଲାଇସେନ୍ସ ରଦ୍ଦ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସଭାପତି । ଓକିଲଙ୍କ ଲାଇସେନ୍ସ ରଦ୍ଦ ସମ୍ପର୍କରେ ପୁନର୍ବାର ବିଚାର କରିବାକୁ ବାର କାଉନସିଲ ଅଫ୍ ଇଣ୍ଡିଆକୁ ନିବେଦନ କରିଛନ୍ତି ସଭାପତି ।
ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ନେଇ ସମ୍ବଲପୁର ଓକିଲ ସଂଘର ପୂର୍ବତନ ସଭପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟରେ ରାଜ୍ୟର ଭୌଗଳିକ ସ୍ଥିତି ଓ ଟେକ୍ନୋଲୋଜୀର ବ୍ୟବସ୍ଥା ନେଇ ସମ୍ପୂର୍ଣ୍ଣ ଓ ନିର୍ଭୁଲ ତଥ୍ୟ ରଖାଯାଇନଥିବା ଅଭିଯୋଗ କରିଛି ଜିଲ୍ଲା ଓକିଲ ସଙ୍ଘ ।