ଓଡିଶା

odisha

ETV Bharat / state

ଏସସିବିରେ ବଢୁଛନ୍ତି ଡେଙ୍ଗୁ ରୋଗୀ, 24 ଜଣଙ୍କ ରକ୍ତନମୁନା ପଜିଟିଭ - ଏସସିବିରେ ବଢୁଛନ୍ତି ଡେଙ୍ଗୁରୋଗୀ

କଟକ ଏସସିବି ଡେଙ୍ଗୁୱାର୍ଡରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା । ଶୁକ୍ରବାର ଏସସିବିରେ ୮୮ ଟି ରକ୍ତନମୁନା ପରୀକ୍ଷା କରାଯାଇଥିବା ବେଳେ ୨୪ ଟି ପଜିଟିଭ ଥିବା ଜଣାପଡିଛି ।

ଏସସିବିରେ ଡେଙ୍ଗୁ ଚିନ୍ତା, ବଢ଼ୁଛନ୍ତି ରୋଗୀ

By

Published : Oct 25, 2019, 11:58 PM IST

କଟକ: ଧୀରେଧୀରେ କାୟା ବିସ୍ତାର କରୁଛି ଡେଙ୍ଗୁ । କଟକ ଏସସିବି ଡେଙ୍ଗୁୱାର୍ଡରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା । ଶୁକ୍ରବାର ଏସସିବି ଡେଙ୍ଗୁୱାର୍ଡରେ ୬୭ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଡେଙ୍ଗୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ଏସସିବିରେ ଡେଙ୍ଗୁ ଚିନ୍ତା, ବଢ଼ୁଛନ୍ତି ରୋଗୀ


ଶୁକ୍ରବାର ଏସସିବିରେ ୮୮ ଟି ରକ୍ତନମୁନା ପରୀକ୍ଷା କରାଯାଇଥିବା ବେଳେ ୨୪ ଟି ପଜିଟିଭ ଥିବା ଜଣାପଡିଛି । ସେଥିମଧ୍ୟରୁ କଟକରୁ ୩ ଜଣ, ଯାଜପୁରରୁ ୩, ଜଗତସିଂହପୁରରୁ ୪ ଜଣ, ଭଦ୍ରକରୁ ୩ ଜଣ, ବାଲେଶ୍ବରୁ ୪ ଜଣ, କେନ୍ଦ୍ରାପଡ଼ାରୁ ସର୍ବାଧିକ ୫ ଜଣ, ସୁନ୍ଦରଗଡ଼ ଓ ଝାଡଖଣ୍ଡରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀଙ୍କ ରକ୍ତନମୁନା ପଜିଟିଭ ଥିବା ଜଣାପଡିଛି । କଟକରୁ ଯେଉଁ ୩ ଜଣ ଡେଙ୍ଗୁରୋଗୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ଜଗତପୁର ଅଞ୍ଚଳ, ମାହାଙ୍ଗା ଓ ବଲରାମପୁରରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details