ଓଡିଶା

odisha

By

Published : Aug 5, 2020, 3:44 PM IST

ETV Bharat / state

କଟକରେ ନୋ ମାସ୍କ ନୋ ପାର୍ସଲ

କଟକରେ ହୋଟେଲ ଓ ରେସ୍ତୋରାଁ ପାଇଁ ଅନେକ କଟକଣା ଜାରି କରାଯାଇଛି । କୌଣସି ଗ୍ରାହକ ମାସ୍କ ପିନ୍ଧି ନଥିଲେ ପାର୍ସଲ ଦେବା ପାଇଁ କଡାକଡି ଭାବରେ ନିର୍ଦ୍ଦେଶ ଦିଆଯାଇଛି । କଟକ ମହାନଗର ଏନଫୋର୍ସମେଣ୍ଟ ଟିମ ଓ କମିଶନରେଟ ପୋଲିସର କର୍ମଚାରୀ ପ୍ରତ୍ୟେକ ହୋଟେଲ ରେସ୍ତୋରାଁକୁ ପାର୍ସଲ ଦେବା ସମୟରେ ଯାଞ୍ଚ ମଧ୍ୟ କରୁଛନ୍ତି । ଯଦି ହୋଟେଲ ସମ୍ମୁଖରେ ଭିଡ଼ ପରିଲକ୍ଷିତ ହେବ, ତେବେ ସଙ୍ଗେସଙ୍ଗେ ଫାଇନ ଗଣିବେ ହୋଟେଲ ମାଲିକ ।

କଟକରେ ନୋ ମାସ୍କ ନୋ ପାର୍ସଲ
କଟକରେ ନୋ ମାସ୍କ ନୋ ପାର୍ସଲ

କଟକ: ଜାରି ରହିଛି ଅନଲକ 3 ପ୍ରକ୍ରିୟା । ଏହାରି ଭିତରେ ଅନେକ କଟକଣାକୁ କୋହଳ କରାଯାଇଛି । ତେବେ ସବୁଠୁ ବଡ଼ କଥା ହେଉଛି କଟକରେ ହୋଟେଲ ଓ ରେସ୍ତୋରାଁ ପାଇଁ ଅନେକ କଟକଣା ଜାରି କରାଯାଇଛି । କୌଣସି ଗ୍ରାହକ ମାସ୍କ ପିନ୍ଧି ନଥିଲେ ପାର୍ସଲ ଦେବା ପାଇଁ କଡାକଡା ଭାବରେ ନିର୍ଦେଶ ଦିଆଯାଇଛି ।

କଟକରେ ନୋ ମାସ୍କ ନୋ ପାର୍ସଲ

ଯଦି କ୍ଷୁଦ୍ର ହୋଟେଲ ଖୋଲୁଛି ତେବେ ଏକାଧିକ ଲୋକଙ୍କ ଗହଳିକୁ କିପରି ରୋକାଯିବ । ଏହାଛଡା ବିନା ମାସ୍କରେ ଆସିଲେ ପାର୍ସଲ ଦେବା ମଧ୍ୟ ମନା କରାଯାଇଛି । ତେବେ ଏହି ଅନଲକ 3କୁ ବେଶ କଡାକଡି ଭବାରେ ପାଳନ କରାଯାଉଛି । ଏମିତିକି କଟକ ମହାନଗର ଏନଫୋର୍ସମେଣ୍ଟ ଟିମ ଓ କମିଶନରେଟ ପୋଲିସର କର୍ମଚାରୀ ପ୍ରତ୍ୟେକ ହୋଟେଲ ରେସ୍ତୋରାଁକୁ ପାର୍ସଲ ଦେବା ସମୟରେ ଯାଞ୍ଚ ମଧ୍ୟ କରୁଛନ୍ତି ।

ଯଦି ହୋଟେଲ ସମ୍ମୁଖରେ ଭିଡ଼ ପରିଲକ୍ଷିତ ହେବ, ତେବେ ସଙ୍ଗେସଙ୍ଗେ ଫାଇନ ଗଣିବେ ହୋଟେଲ ମାଲିକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details