ଓଡିଶା

odisha

ETV Bharat / state

କଟକଣା କୋହଳ କଲେ ରେଭେନ୍ସା କର୍ତ୍ତୃପକ୍ଷ, ବିନା କୋଭିଡ ସାର୍ଟିଫିକେଟରେ ଆସିପାରିବେ ଛାତ୍ରଛାତ୍ରୀ - ବିନା କୋଭିଡ ସାର୍ଟିଫିକେଟରେ ଆସିପାରିବେ ଛାତ୍ରଛାତ୍ରୀ

ଆଜିଠାରୁ ଖୋଲିଲା ରେଭେନ୍ସା ବିଶ୍ବବିଦ୍ୟାଳୟ। କଟକଣା କୋହଳ କଲେ ରେଭେନ୍ଶା କର୍ତ୍ତୃପକ୍ଷ । ବିନା କୋଭିଡ ସାର୍ଟିଫିକେଟରେ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଆସିପାରିବେ । ଅଧିକ ପଢନ୍ତୁ...

_no covid certificate for ravenshaw
କଟକଣା କୋହଳ କଲେ ରେଭେନ୍ସା କର୍ତ୍ତୃପକ୍ଷ

By

Published : Jan 11, 2021, 8:02 PM IST

କଟକ: ଆଜିଠାରୁ ଖୋଲିଲା ରେଭେନ୍ସା ବିଶ୍ବବିଦ୍ୟାଳୟ। କଟକଣା କୋହଳ କଲେ ରେଭେନ୍ଶା କର୍ତ୍ତୃପକ୍ଷ, ଏଣିକି ବିନା କୋଭିଡ ସାର୍ଟିଫିକେଟ ରେ ବିଶ୍ୱବିଦ୍ୟାଳୟ ଆସିପାରିବେ ଛାତ୍ରଛାତ୍ରୀ। ଖୁବଶୀଘ୍ର ପ୍ରାଟୀକାଲ କ୍ଳାସ ଆରମ୍ଭ ହେବ।

କଟକଣା କୋହଳ କଲେ ରେଭେନ୍ସା କର୍ତ୍ତୃପକ୍ଷ,

ସାରା ରାଜ୍ୟରେ ଆଜିଠାରୁ କଲେଜ ବିଶ୍ବବଦ୍ୟାଳୟ ଖୋଲିଥିବାବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟ ମଧ୍ୟ ଖୋଲିଛି । କେବଳ ଯୁକ୍ତ ୩ ଶେଷ ବର୍ଷ ଓ ପିଜି ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ କମ ସଂଖ୍ୟଙ୍କ ଛାତ୍ରଛାତ୍ରୀ ଆସିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀ ଆସିବେ ବୋଲି ରେଭେନ୍ସା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ସେହିପରି ପ୍ରତ୍ୟକ ଦିନ ସମସ୍ତ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯିବ। କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରାଯିବ। କ୍ଳାସରୁମ ଭିତରକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସେହିପରି ପୂର୍ବରୁ କରାଯାଇଥିବା କଟକଣାକୁ କୋହଳ କରାଯାଇଛି। ବିଶେଷକରି କୋଭିଡ ସାର୍ଟିଫିକେଟ ପୂର୍ବରୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ତାହାକୁ କୋହଳ କରାଯାଇଛି। ଅର୍ଥାତ ବିନା କୋଭିଡ ସାର୍ଟିଫିକେଟ ରେ ଛାତ୍ରଛାତ୍ରୀ ମାନେ ବିଶ୍ବବିଦ୍ୟାଳୟକୁ ଆସିପାରିବେ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ସିସିଡି କହିଛନ୍ତି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details