କଟକ: ସାଇବର ଠକେଇ ଅଭିଯୋଗରେ ଗିରଫ ହେଲେ ନାଇଜେରିଆ ନାଗରିକ । ନାଇଜେରିଆ ନାଗରିକ ପଟ୍ରିକ ଚିଡି ଓରାଜାକାକୁ ନୂଆଦିଲ୍ଲୀରୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ । ପଟ୍ରିକଠାରୁ ୯ଟି ଡେବିଟ କାର୍ଡ, ୧୨ଟି ମୋବାଇଲ, ୨୨ଟି ପାସବୁକ, ୧୦ଟି ଚେକ ବୁକ, ୨୦ଟି ସିମ, ଲାପଟପ ଓ ଆଧାର କାର୍ଡ ଜବତ କରାଯାଇଛି ।
- ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ
- ନାଇଜେରିଆ ନାଗରିକ ପଟ୍ରିକ ଚିଡି ଓରାଜାକା ଗିରଫ
- ନୂଆ ଦିଲ୍ଲୀରୁ ଗିରଫ କଲା ଓଡିଶା କ୍ରାଇମବ୍ରାଞ୍ଚ
- ପଟ୍ରିକ କଟକର ଜଣେ ମହିଳାଙ୍କ ଠାରୁ 28.67 ଲକ୍ଷ ଟଙ୍କା ଠକେଇ କରି ଥିଲା
- ନିଜକୁ ଜଣେ ଡାକ୍ତର ପରିଚୟ ଦେଇ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିଲା
- ପରେ ବିଭିନ୍ନ ପର୍ଯ୍ୟୟରେ ଟଙ୍କା ଠକି ନେଇ ଥିଲା
- ଏନେଇ ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରି ଥିଲେ
- ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ
ପଟ୍ରିକ କଟକର ଜଣେ ମହିଳାଙ୍କ ଠାରୁ 28.67 ଲକ୍ଷ ଟଙ୍କା ଠକେଇ କରିଥିଲା । ନିଜକୁ ନେଦରଲାଣ୍ଡରେ କାର୍ଯ୍ୟରତ ଜଣେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ଡାକ୍ତର ପରିଚୟ ଦେଇ ଜଣେ ମହିଳାଙ୍କଠାରୁ 28.67 ଲକ୍ଷ ଟଙ୍କା ଠକେଇ କରିଥିଲା ପଟ୍ରିକ । ପ୍ରଥମେ ସମ୍ପୃକ୍ତ ମହିଳାଙ୍କ ସହ ଇନ୍ଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିଲା । ମାତ୍ର 5 ଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହୋଇଥିଲା । ମହିଳା ଜଣକ ତାକୁ ନିଜର ହ୍ଵାଟ୍ସଆପ ନମ୍ବର ଦେଇ ଥିଲେ। ଏବଂ ଏହା ପରେ ସେମାନଙ୍କ ମଧ୍ୟରେ ହ୍ଵାଟ୍ସଆପ ଚାଟିିଂ ଆରମ୍ଭ ହୋଇଥିଲା ।