ଓଡିଶା

odisha

ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ, କାଦୁଅ ରାସ୍ତାରେ ତଳିରୋଇ ପ୍ରତିବାଦ

By

Published : Jul 20, 2023, 6:28 PM IST

ରାସ୍ତା ନିର୍ମାଣ ଦାବିରେ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

କାଦୁଅ ରାସ୍ତାରେ ଧାନ ତଳି ରୋଇ ରାସ୍ତା ନିର୍ମାଣ ଦାବିରେ ପ୍ରତିବାଦ କଲେ ଗ୍ରାମବାସୀ
କାଦୁଅ ରାସ୍ତାରେ ଧାନ ତଳି ରୋଇ ରାସ୍ତା ନିର୍ମାଣ ଦାବିରେ ପ୍ରତିବାଦ କଲେ ଗ୍ରାମବାସୀ

କାଦୁଅ ରାସ୍ତାରେ ଧାନ ତଳି ରୋଇ ରାସ୍ତା ନିର୍ମାଣ ଦାବିରେ ପ୍ରତିବାଦ କଲେ ଗ୍ରାମବାସୀ

ନିଆଳି: ସରକାରଙ୍କ ମାଳମାଳ ଯୋଜନା ପ୍ରଣୟନ ହେଉଥିଲେ ବି ଅନେକ ଗାଁରେ ଗଡି ପାରିନି ବିକାଶର ରଥ । ରାସ୍ତା ଖଣ୍ଡେ ନଥିବାରୁ କାଦୁଅ ପଚପଚ ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମବାସୀ । କଟକ ଜିଲ୍ଲା ନିଆଳି ବ୍ଳକର ଅଲଣା ପଞ୍ଚାୟତର ଓଳାଂଶ ଗାଁରେ କିଛି ଏଭଳି ଭାବରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଗାଁକୁ ଚାଲ ଗାଁକୁ ଗଢ଼ ସରକାର ନାରା ଦେଉଥିବା ବେଳେ ଗାଁର ଅବସ୍ଥା ସୁଧୁରିବା ବଦଳରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲିଗିଛି । ଖରା ଦିନରେ ଗାଁକୁ ଯିବାରେ ସମସ୍ୟା ଉପୁଜୁ ଥିବା ବେଳେ ବର୍ଷା ଦିନରେ ରାସ୍ତା ଅବସ୍ଥା ନକହିବା ଭଲ । ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଜନପ୍ରତିନଧିଙ୍କୁ ଗୁହାରି କରି କରି ଥକିଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ରାସ୍ତା ନିର୍ମାଣ ଦାବିରେ କାଦୁଅ ରାସ୍ତାରେ ଧାନତଳି ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ବ୍ଳକର ଅଲଣା ପଞ୍ଚାୟତର ୨୩ ନମ୍ବର ଓ୍ବାର୍ଡର ହେଉଛି ଓଳାଂଶ ଗାଁ । ଗାଁର ଜନସଂଖ୍ୟା ଶହେରୁ ଊର୍ଦ୍ଧ୍ବ । ହେଲେ ଏଯାଏଁ ଗାଁରେ ଭଲ ରାସ୍ତାଟିଏ ଦେଖି ନାହାନ୍ତି ଗାଁ ଲୋକେ ।‌ ଲଗାତାର ଏଠି ବିଜେଡି ଶାସନ ଗାଦିରେ ବସି ଆସିଛି । କିନ୍ତୁ ବିକାଶର ନାଁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀ କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ବିକାଶର ଡିଣ୍ଡିମ ପିଟୁଥିବ ବେଳେ ଅଏ ଗାଁ ମୌଳିକ ସୁବିଧାରୁ ବଞ୍ଚିତ ରହିଯାଇଛି । ସେଭଳି ଗାଁ ଭିତରୁ ଗୋଟିଏ ଓଳାଂଶ ଗାଁ । ଉଭୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏହି ଗାଁର ବିକାଶରେ ସହାୟକ ହୋଇ ପାରିନି । କେହି ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ବର୍ଷା ଦିନ ଆସିଲେ ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ରୋଗୀସେବା ବାଧାପ୍ରାପ୍ତ ହୋଇଥାଏ ।‌ କିନ୍ତୁ ଦାୟିତ୍ଵରେ ଥିବା ନେତା କିମ୍ବା ନିଆଳି ବ୍ଳକ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ରାଜନୈତିକ କନ୍ଦଳ ମଧ୍ୟରେ ଓଳାଂଶ ଗାଁର ଲୋକେ ପକ୍କା ରାସ୍ତା ବଦଳରେ କାଦୁଅ ରାସ୍ତା ଉପରେ ଆଜିବି ଯାତାୟାତ କରୁଛନ୍ତି । ଶେଷରେ ବାଧ୍ୟ ହୋଇ ରାସ୍ତା ନିର୍ମାଣ ଦାବିରେ ଗାଁର ଲୋକେ କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିବା ସହ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details