ନିଆଳି: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଛି । କଟକ ଗ୍ରାମାଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ଏନେଇ ଦେବୀ ଓ କନ୍ଦଳ ନଦୀ ବନ୍ଧ ଅଞ୍ଚଳ ପରିଦର୍ଶନ କରିଛନ୍ତି ନିଆଳି ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ । ବିଭିନ୍ନ ଦୁର୍ବଳ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ‘‘ଏବେ ସୁଦ୍ଧା କଟକର ବାରଙ୍ଗ, କଣ୍ଟାପଡ଼ା ଓ ନିଆଳି ବ୍ଲକର କୌଣସି ଭୟାଭୟ ପରିସ୍ଥିତି ଉପୁଜିନଥିବା କହିଛନ୍ତି ବିଧାୟକ’’।
ନଦୀ ବନ୍ଧ ବୁଲି ଦେଖିଲେ ନିଆଳି ବିଧାୟକ, କହିଲେ ନାହିଁ ବନ୍ୟାସ୍ଥିତି - mla pramod kumar mallick visits flood affected area
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କଟକ ଗ୍ରାମାଞ୍ଚଳରେ ବନ୍ୟାସ୍ଥିତି । ନଦୀ ବନ୍ଧ ପରିଦର୍ଶନ କଲେ ନିଆଳି ବିଧାୟକ । ଅଧିକ ପଢନ୍ତୁ
ନଦୀ ବନ୍ଧ ବୁଲି ଦେଖିଲେ ନିଆଳି ବିଧାୟକ,କହିଲେ ନାହିଁ ବନ୍ୟାସ୍ଥିତି
ନଦୀ ବନ୍ଧ ବୁଲି ଦେଖିଲେ ନିଆଳି ବିଧାୟକ,କହିଲେ ନାହିଁ ବନ୍ୟାସ୍ଥିତି
ନିଆଳି ବ୍ଲକ କଣ୍ଟିଶାଳ,ପାରିମାଳ ସେହିପରି କଣ୍ଟାପଡ଼ା ବ୍ଲକର ଗୋବିନ୍ଦପୁର,ଧାନମଣ୍ତଳ ଆଦି ବିପଦ ପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିଛନ୍ତି । ୧୯୮୨ ମସିହା ଠାରୁ ଏହି ସ୍ଥାନ ଗୁଡିକ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରି ଆସୁଛି । ବିଭିନ୍ନ ଘଳିଆ ସ୍ଥାନ ମାନଙ୍କରେ ବାଲି ବସ୍ତା ମାଧ୍ୟମରେ ଘଳିଆ ବନ୍ଦ କରାଯାଉଛି । ବିଧାୟକଙ୍କ ପରିଦର୍ଶନ ସମୟରେ ନିଆଳି ଓ କଣ୍ଟାପଡ଼ା ଜଳ ସମ୍ପଦ ଉପଖଣ୍ଡ ଅଧିକାରୀଙ୍କ ସମେତ ନିର୍ବାଚିତ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ,ନିଆଳି