ନିଆଳି: କିଛି ଦିନପରେ ଧମକ ଦେଇ ପୁଣି ଲୋକଲୋଚନକୁ ଆସିଛନ୍ତି ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ । ସୂଚନାଅନୁସାରେ, ନିଆଳି ପଞ୍ଚାୟତ ସମିତି ବିଜେଡି ହାତକୁ ଯାଇଥିବା ବେଳେ କଣ୍ଟାପଡ଼ା ବ୍ଲକ୍ ଅଧ୍ୟକ୍ଷା ପଦବୀ ବିଜେପି ଖାତାକୁ ଯାଇଛି। । ଏଥିରେ ଉତକ୍ଷିପ୍ତ ହୋଇଛନ୍ତି ନିଆଳି ବିଧାୟକ।
ନିଜ ଦଳର କଣ୍ଟାପଡା ବ୍ଳକ ଡିଜିଟାଲ କୋଡ଼ିନେଟର ସିଦ୍ଧାନ୍ତ ମହାନ୍ତି ଏକ ଫେସବୁକ ପୋଷ୍ଟକୁ ସ୍ଥାନୀୟ ବିଜେପି ନେତା ଛବି ମଲ୍ଲିକ ଲାଇକ କରିବା ନେଇ ରାଗିଯାଇଥିଲେ ବିଧାୟକ । କେବଳ ସେତିକି ନୁହେଁ ଚାଉଳ କାର୍ଡ କାଟିଦେବି, ଆଉ ମୋ ମୋବାଇଲ ଫେରାଇ ଦେବୁ ଏଭଳି ଏକ ଅଡିଓ ନିଆଳି ନିର୍ବାଚନ ମଣ୍ଡଳୀରେ ଏବେ ଭାଇରାଲ ହେଉଛି ।