କଟକ:ସ୍ୱେରେଜ ଟାଙ୍କିରେ ପଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା । ପ୍ରଶାସନ ଓ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି NHRC । ସ୍ୱେରଜ୍ ଚାମ୍ବର ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଏନଏଚଆରସି(National Human Rights Commission of India)ଙ୍କ ହସ୍ତକ୍ଷେପ ପରେ ଗୃହ ଓ ନଗର ଉନୟନ୍ନ ସଚିବ, କଟକ ମହାନଗର ନିଗମ କମିଶନର ଓ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୨୧ ଏପ୍ରିଲ ୧୫ ତାରିଖରେ ଟାଙ୍କିରେ ପଡ଼ି ୨ ଶ୍ରମିକ ପ୍ରାଣ ହରାଇଥିଲେ । କଟକ ସିଡିଏ ସେକ୍ଟର-୧୦ରେ ସ୍ୱେରେଜ ଚାମ୍ବର ସଫା କରୁଥିବା ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା । ପାଟପୁରର ପି.ଶଙ୍କର ଓ ବଡମ୍ବାର ବିଷ୍ଣୁ ନାୟକଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଉ ଜଣ ଗୁରୁତର ଆହତ ହୋଇଥିଲେ । ସାରା ଦେଶରେ ମାନୁଆଲ୍ ସ୍କାଭେଜିକୁ ନିଶେଦ୍ଧ କରାଯାଇଥିବା ବେଳେ ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବି ଲୋକଙ୍କ ଦ୍ୱାରା ନିଜ ହାତରେ ମଇଳା ସଫା କରାଯାଉଛି । ପୁନଶ୍ଚ କୌଣସି ନିରାପତ୍ତା ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଉନାହିଁ ।