ଓଡିଶା

odisha

ETV Bharat / state

ରୋଚକ ମୋଡରେ କଟକ ସିରିଜ ମର୍ଡର, କୋର୍ଟରେ ପୁଣି ଏକ ମାମଲା

କଟକ ସିରିଜ ମର୍ଡର କେସ ନେଲା ନୂଆ ମୋଡ । ଜେଏଏଫସି ସିଟି କୋର୍ଟ ରେ ପୁଣି ଏକ ମାମଲା ଦାଏର କଲେ ଅଭିଯୁକ୍ତ ନାରାୟଣଙ୍କ ପତ୍ନୀ । ସିବିଆଇ ତଦନ୍ତ ପାଇଁ ଦାବି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 8, 2019, 11:31 PM IST

କଟକ: ଜେଏଏଫସି ସିଟି କୋର୍ଟରେ ପୁଣି ଏକ ମାମଲା ଦାଏର ହୋଇଛି । ରୋଚକ ମୋଡରେ କଟକ ସିରିଜ ମର୍ଡର ମାମଲା । ସିବିଆଇ ତଦନ୍ତ ପାଇଁ ମାମଲା ଦାୟର କଲେ ନାରାୟଣ ସାହୁଙ୍କ ପତ୍ନୀ ଗୀତାଞ୍ଜଳି ସାହୁ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ଖୋଲୁଛି ସତ୍ୟର ପେଡି । ଯେତେବେଳେ କଟକରେ ଗୋଟିଏ ପରେ ଗୋଟିଏ ମର୍ଡର ହେଉଥିଲା ସେତେବେଳେ ନାରାୟଣ ସାହୁ ଗାଁରେ ଥିବା ନେଇ କହିଛନ୍ତି ପତ୍ନୀ ଗୀତାଞ୍ଜଳି । ସ୍ୱାମୀକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଆଜି ପୁନଃ ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳି ସାହୁ । ଏହା ସହିତ ହାତରେ ରହିଛି ସିସିଟିଭି ପ୍ରମାଣ । ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଜେଏମଏଫସି କୋର୍ଟରେ ଆବେଦନ କରିଛନ୍ତି ଗୀତାଞ୍ଜଳି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details