ଓଡିଶା

odisha

ETV Bharat / state

କଟକ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଭବାନୀ ଶଙ୍କର ଚଇନୀ

କଟକର ନୂଆ ଜିଲ୍ଲାପାଳ ହୋଇଛନ୍ତି ଭବାନୀ ଶଙ୍କର ଚଇନୀ । ସେ ଆଜି (ସୋମବାର) ଦାୟିତ୍ବ ଗ୍ରହଣ କରିଛନ୍ତି ।

By

Published : Jun 24, 2019, 4:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ : କଟକ ଜିଲ୍ଲାପାଳ ଭାବେ ଆଜି(ସୋମବାର) କାର୍ଯ୍ୟରେ ଯୋଗଦେଲେ ଭବାନୀ ଶଙ୍କର ଚଇନୀ । ଅରବିନ୍ଦ ଅଗ୍ରୱାଲଙ୍କ ସ୍ଥାନରେ ନୂତନ ଭାବେ ସେ ଆଜି(ସୋମବାର) କଟକ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଏହି ଅବସରରେ ସେ କହିଛନ୍ତି, କଟକରେ ବର୍ତ୍ତମାନ ସୁଦ୍ଧା ଅନେକ ସମସ୍ୟା ରହିଛି । ଯାହାକୁ ଖୁବ ଶୀଘ୍ର ସମାଧାନ କରାଯିବ । ବିଶେଷ କରି ମୌସୁମୀ ଜନିତ ବର୍ଷାରେ ଯେପରି କଟକ ଜଳବନ୍ଦୀ ନହେବ ସେ ଦିଗରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି ।

ସେହିପରି ବାଦାମବାଡି ବସଷ୍ଟାଣ୍ଡରେ ଅନେକ ସମସ୍ୟା ରହିଛି । ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ଉକ୍ତ ସ୍ଥାନ ଦେଇ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି । ତେବେ ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି । ଏହା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନିଆଯାଇ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details