ଓଡିଶା

odisha

ନେତାଜୀ ଜୟନ୍ତୀରେ ଚଳଚଞ୍ଚଳ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ

By

Published : Jan 23, 2020, 2:51 PM IST

ଆଜି ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୩ ତମ ଜୟନ୍ତୀ। ଏଥିପାଇଁ ଆଜି ସକାଳୁ ସକାଳୁ ବେଶ ଚଳଚଞ୍ଚଳ ହୋଇଥିଲା ନେତାଜୀ ମ୍ୟୁଜିୟମ।

netaji-jayanti
ନେତାଜୀ ଜୟନ୍ତୀରେ ଚଳଚଞ୍ଚଳ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ


କଟକ: ଆଜି ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜୟନ୍ତୀ। ଏଥିପାଇଁ ଆଜି ସକାଳୁ ସକାଳୁ ବେଶ ଚଳଚଞ୍ଚଳ ହୋଇଥିଲା ନେତାଜୀ ମ୍ୟୁଜିୟମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନେତାଜୀ ମ୍ୟୁଜିୟମ ପରିସରରେରେ ପହଞ୍ଚି ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ।

ନେତାଜୀ ଜୟନ୍ତୀରେ ଚଳଚଞ୍ଚଳ ନେତାଜୀ ଜନ୍ମସ୍ଥାନ ସଂଗ୍ରାହଳୟ

ଏହି ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ନେତାଜୀଙ୍କ କଟକ ଲିଙ୍କର ଦୁଇଟି ଫଟୋଚିତ୍ରକୁ ୨ ନମ୍ବର ଗ୍ୟାଲେରୀରେ ପ୍ରଦର୍ଶନ କରାଯାଇଛି। ତେବେ ନେତାଜୀ ମ୍ୟୁଜିଅମରେ ଥିବା ୧୨ଟି ଗ୍ୟାଲେରୀରେ ନେତାଜୀ ସମ୍ପର୍କିତ ବିଭିନ୍ନ ତଥ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ ଭିଡ଼ ଲାଗିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଭିଡ଼ ଲଗାଇଛନ୍ତି କଟକ ଓଡ଼ିଆବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ। ତେବେ କଟକରେ ନେତାଜୀ ଜନ୍ମଗ୍ରହଣ କରିଥିବାରୁ ଗର୍ବ ଅନୁଭବ କରିଛନ୍ତି କଟକବାସୀ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details