ଓଡିଶା

odisha

ETV Bharat / state

ଏସସିବିରେ ପ୍ଲାଜମା ଦାନ କରିବେ NDRF ଯବାନ - scb plasma bank

ପ୍ଲାଜମା ଦାନ କରିବାକୁ ଆଗକୁ ଆସିଲେ ଏନଡିଆରଏଫ୍ ଯବାନ । ଏଥିପାଇଁ ଏନଡିଆରଏଫର 8 ଜଣ ଯବାନ ନିଜର ପ୍ଲାଜମା ଦାନ କରିବାକୁ ଏସସିବି ପ୍ଲାଜମା ବ୍ୟାଙ୍କରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

NDRF Jawan donate plasma in scb plasma bank
ଏସସିବିରେ ପ୍ଲାଜମା ଦାନ କରିବେ ଏନଡିଆରଏଫ୍ ଯବାନ

By

Published : Jul 19, 2020, 12:23 PM IST

କଟକ: ପ୍ଲାଜମା ଦାନ କରିବାକୁ ଆଗକୁ ଆସିଲେ ଏନଡିଆରଏଫ୍ ଯବାନ । ରବିବାର ଏନଡିଆରଏଫର 8 ଜଣ ଯବାନ ନିଜର ପ୍ଲାଜମା ଦାନ କରିବାକୁ ଏସସିବି ପ୍ଲାଜମା ବ୍ୟାଙ୍କରେ ପହଞ୍ଚିଛନ୍ତି ।

ପ୍ରଥମେ ସେମାନଙ୍କ ଆଣ୍ଟିବଡ଼ି ପରୀକ୍ଷା କରାଯିବ ଏବଂ ସବୁ କିଛି ଠିକ ଥିଲେ ସେମାନଙ୍କ ପ୍ଲାଜମା ସଂଗ୍ରହ କରାଯିବ । ସେପଟେ ପ୍ଲାଜମା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ସମସ୍ତ ଯବାନ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇ ସେଠାରେ କୋରୋନା ସଂକ୍ରମିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସମସ୍ତେ ଏହି ଭୂତାଣୁରୁ ସୁସ୍ଥ ହୋଇଛନ୍ତି ।

ପ୍ରକାଶଥାଉକି, କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶରେ ପ୍ଲାଜମା ଥେରାପିକୁ ଅଳ୍ପ କେତେକ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ଦେଶରେ ଅନେକ ସ୍ଥାନରେ ଏବେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହେଉଛି । ଗତ 4 ଦିନ ତଳେ ଏସସିବି ମେଡିକାଲରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି । ଉଦଘାଟନର ପ୍ରଥମ ଦିନରେ 4 ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details