ଓଡିଶା

odisha

ETV Bharat / state

କଣ୍ଠଶିଳ୍ପୀ ସୌରୀନଙ୍କ ବଢ଼ିଲା ଅଡୁଆ, NBW ଆବେଦନ କଲା ପୋଲିସ - ସୌରୀନଙ୍କୁ ଜାମିନ ବିହୀନ ଗିରଫ ପରବାନା

ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡୁଆ । ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ୱାନା । ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ ଅନୁମତି ଦେଇଛନ୍ତି କଟକ ଏସ.ଡି.ଜେ.ଏମ କୋର୍ଟ । ଆଗକୁ ପଢ଼ନ୍ତୁ,

NBW ପାଇଁ ଆବେଦନ କଲେ ପୋଲିସ
NBW ପାଇଁ ଆବେଦନ କଲେ ପୋଲିସ

By ETV Bharat Odisha Team

Published : Dec 8, 2023, 7:25 PM IST

NBW ପାଇଁ ଆବେଦନ କଲେ ପୋଲିସ

କଟକ: କୁଆଡେ ଗଲେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ! ଜାଣି ଶୁଣି କେଉଁଠି ଲୁଚିଛନ୍ତି କି ସୌରୀନ ? ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡୁଆ । ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ୱାନା । ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ ଅନୁମତି ଦେଇଛନ୍ତି କଟକ ଏସ.ଡି.ଜେ.ଏମ କୋର୍ଟ । ସୌରୀନ ଦୀର୍ଘଦିନ ଧରି ତଦନ୍ତରେ ସହଯୋଗ ନକରିବାରୁ NBW ପାଇଁ ଆବେଦନ କରିଥିଲା ପୋଲିସ ।

ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହ ୯ ଲକ୍ଷଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ କରାଯାଇଥିଲା ମହିଳା ଥାନାରେ । ତେବେ ପୂର୍ବରୁ ସୌରୀନଙ୍କ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିବା ସହ ଏକାଧିକ ବ୍ୟାଙ୍କ ଅକାଉଣ୍ଟ ଫ୍ରିଜ କରିଥିଲା କମିଶନରେଟ ପୋଲିସ । ସୌରୀନଙ୍କର ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ ହାଇକୋର୍ଟ । ହାଇକୋର୍ଟ ଜାମିନ ଖାରଜ କରିବା ପରେ ତଦନ୍ତରେ ସହଯୋଗ କରିନଥିଲେ ସୌରୀନ । ଏପରିକି ତାଙ୍କୁ ଖୋଜିବାକୁ ଏକ ପୋଲିସ ଟିମ କଲିକତା ଯାଇଥିବା ବେଳେ ଖାଲି ହାତରେ ଫେରିଥିଲେ । ବାରମ୍ବାର ନୋଟିସ ଦେବା ସତ୍ତ୍ୱେ ସୌରୀନ କୌଣସି ସହଯୋଗ କରୁ ନଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ ।

ଅତିରିକ୍ତ ଡିସିପି କହିଛନ୍ତି ଯେ, ’’NBW ଜାରିପରେ ଯଦି ସେ ନମିଳନ୍ତି ତେବେ, ପୋଲିସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ । ଏବଂ ତାଙ୍କୁ ପଳାତକ ଘୋଷଣା କରିବା ସହିତ ତାଙ୍କର ସଂମ୍ପତି ବ୍ୟାଜପ୍ତି ପାଇଁ ମଧ୍ୟ ଆଗକୁ ପଦକ୍ଷେପ ନେବାର ବ୍ୟବସ୍ଥା କରାଯିବ । ଯଦି ଆଉ ଅଧିକ ବ୍ୟାଙ୍କ ଆକାଉଣ୍ଟ ନଜରକୁ ଆସେ, ସେଗୁଡିକୁ ମଧ୍ୟ ଫ୍ରିଜ କରାଯିବ ।’’

ଏହା ମଧ୍ୟ ପଢ଼ନ୍ତୁ...ଗିରଫ ହେଲା ସମ୍ବଲପୁର ଜେଲରୁ ଚମ୍ପଟ କଏଦୀ, ରାଜ୍ୟ ବାହାରକୁ ଯିବାକୁ ଥିଲା ଯୋଜନା

ଏବେବି ସୌରୀନଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସ ଟିମ ଚେଷ୍ଟା ଜାରି ରଖିଛନ୍ତି । ବଡ଼ କଥା ହେଉଛି ସୌରୀନଙ୍କ ବିରୋଧରେ ପୋଲିସ NBW ଆବେଦନ କରିବା ପର ଠାରୁ ତାଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । କାରଣ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦ ଖାରଜ କରିବା ପରେ ଅଡ଼ୁଆ ବଢ଼ିବାରେ ଲାଗିଛି । ସୌରୀନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି କଟକ କମିଶନରେଟ ପୋଲିସ, ଏତେ ଦିନ ପରେ ବି ଏହା କାମ କରୁନାହିଁ । ହାଇକୋର୍ଟର ଆଇନଜୀବୀ ଆଲୋକ ମହାପତ୍ର କହିଛନ୍ତି ଯେ ,’’ତେବେ ସୌରୀନଙ୍କ ପାଇଁ ଏହା ଅଧିକ ଅଡ଼ୁଆ ହେବ । ପୋଲିସକୁ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଏହାର ଉଲଙ୍ଘନ କରିଛନ୍ତି । ଫଳରେ ତାଙ୍କ ପାଇଁ ଆଉ କୌଣସି ଆଇନର ବାଟ ନାହିଁ । ସେହିପରି ସର୍ବୋଚ୍ଚ ଅଦାଲତ ଅର୍ଥାତ ସୁପ୍ରିମକୋର୍ଟ ତାଙ୍କ ପାଇଁ ଅଳ୍ପ ମାତ୍ର ବିକଳ୍ପ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details