ଓଡିଶା

odisha

By

Published : Mar 26, 2023, 6:24 PM IST

ETV Bharat / state

କଟକରେ ଜାତୀୟ ସବ୍‌ ଜୁନିଅର ଟାଇକୋଣ୍ଡୋ ଚମ୍ପିଆନସିପ୍‌, ପଦକ ପାଇଁ ଲଢ଼ୁଛନ୍ତି 855 ପ୍ରତିଯୋଗୀ

କଟକରେ ଆରମ୍ଭ ହୋଇଛି ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା। 3 ଦିନ ଧରି ଖେଳାଯିବ ଏହି ମେଗା ପ୍ରତିଯୋଗିତା। ପ୍ରତିଯୋଗିତାରେ 30ଟି ରାଜ୍ୟର ମୋଟ 855 ଜଣ ପ୍ରତିଯୋଗୀ ଭାଗନେଇଛନ୍ତି। ଅଧିକ ପଢ଼ନ୍ତୁ

କଟକରେ ଆରମ୍ଭ ହୋଇଛି ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା
କଟକରେ ଆରମ୍ଭ ହୋଇଛି ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା

କଟକରେ ଆରମ୍ଭ ହୋଇଛି ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା

କଟକ: କଟକରେ ଆରମ୍ଭ ହେଲା ଜାତୀୟ ସବ ଜୁନିୟର ଟାଇକୋଣ୍ଡୋ ପ୍ରତିଯୋଗିତା। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ 25 ମାର୍ଚ୍ଚରୁ ଆରମ୍ଭ ହୋଇଛି 36ତମ ଜାତୀୟ ସବ୍ ଜୁନିୟର କ୍ୟୁରୁଗୀ ଏବଂ 11ତମ ଜାତୀୟ ପୁମସେ ସବ ଜୁନିଅର ଟାଇକୋଣ୍ଡୋ ଚମ୍ପିଆନସିପ୍ । 3 ଦିନ ଧରି ଖେଳାଯିବ ଏହି ମେଗା ପ୍ରତିଯୋଗିତା । ଭାରତର ସମସ୍ତ ରାଜ୍ୟରରୁ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଦେଶର 30ଟି ଜିଲ୍ଲାର ମୋଟ 855 ଜଣ ବାଳକ ଓ ବାଳିକା ଖେଳାଳି ରହିଥିବା ବେଳେ ଶହେରୁ ଅଧିକ ଅଫିସିଆଲ ଏହି ଆୟୋଜନରେ ସାମିଲ ହୋଇଛନ୍ତି।

ମଣିପୁର, ହରିୟାଣା, ତେଲେଙ୍ଗାନା ଆଦି ଟିମ୍ ନିଜର ଦବଦବା କାଏମ ରଖିଥିବା ବେଳେ ଆୟୋଜକ ଓଡ଼ିଶା ଏହି ଚମ୍ପିଆନସିିପରେ ଦମଦାର ଖେଳ ପ୍ରଦର୍ଶନ କରିବ ବୋଲି ବେଶ ଆଶାବାଦୀ ଅଛି । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଖେଳାଳୀମାନେ ମଧ୍ୟ ଏହି ଚମ୍ପିଆନସିିପରେ ଦମଦାର ଖେଳ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏଠାରେ ଭଲ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରିବା ଖେଳାଳୀଙ୍କର ଲକ୍ଷ୍ୟ ରହିଛି । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଉଊୟ ସବ ଜୁନିଅର ବାଳକ ବାଳିକା ବର୍ଗରେ ହେଉଛି ମୁକାବିଲା ।

ଟିମ୍ ଓଡ଼ିଶାର ଖେଳାଳୀ ପୁମସେରେ ବିଭିନ୍ନ ରାଜ୍ୟର ଖେଳାଳୀଙ୍କ ସହ ଟକ୍କର ଦେଇ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଲକ୍ଷ୍ୟରେ ରଖିଛନ୍ତି । ଏହି ଚାମ୍ପିଆନସିପ ପାଇଁ ସମଗ୍ର ଦେଶରୁ ବଛାବଛା ଟାଇକୋଣ୍ଡୋ ଖେଳାଳି ନିଜକୁ ପ୍ରସ୍ତୁତ କରି ଚମ୍ପିଆନସିପ୍‌କୁ ଆସିଛନ୍ତି । ରାଜ୍ୟ ଟାଇକୋଣ୍ଡୋ ସଙ୍ଘର ସୂଚନା ଅନୁଯାୟୀ ଏହି ଚମ୍ପିଆନ୍‌ସିପ୍‌ର ମୂଳ ଲକ୍ଷ୍ୟ ଓଡିଶା ଟିମ୍‌କୁ ଆହୁରି ମଜଭୁତ କରିବ ।

ବର୍ତ୍ତମାନ ସମୟରେ କୋଚ୍‌ର ଅଭାବ, ପ୍ରଶିକ୍ଷଣର ଅଭବ ରହିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ଦାବି ଉପସ୍ଥାପନା ହୋଇଛି । ତେଣୁ ଏହି ଆୟୋଜନ ନିଶ୍ଚୟ ଓଡିଶା ଟିମ ପାଇଁ ଲାଭ ଦାୟକ ହେବ ବୋଲି କହିଛି ରାଜ୍ୟ ଟାଇକୋଣ୍ଡୋ ସଙ୍ଘ । ଏହାଛଡ଼ା ଏକାଡେମୀ, ବଡ଼ବଡ଼ ପ୍ରତିଯୋଗିତା ଆୟୋଜନ, ଭଲ କୋଚ୍‌ ଓ ପ୍ରଶିକ୍ଷଣ ଆବଶ୍ୟକ କରୁଛି ବୋଲି ଟାଇକୋଣ୍ଡୋ ସଂଘ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି କହିଛନ୍ତି । ବିଗତ 2015-19 ମଧ୍ୟରେ ଟିମ୍‌ର ସ୍ଥିତି ଭଲଥିଲା କିନ୍ତୁ କୋଭିଡ ଆସିଲା ପରେ ଅଭ୍ୟାସ ଓ ମ୍ୟାଚ୍‌ ଅଭାବରୁ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତେଣୁ ଏହିଭଳି ଆୟୋଜନ ନିଶ୍ଚୟ ଓଡିଶା ଟିମ୍‌କୁ ପ୍ରୋତ୍ସାହନ ଯୋଗାଇବ ବୋଲି ସନ୍ତୋଷ କୁମାର ମହାନ୍ତି କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details