ଓଡିଶା

odisha

By

Published : Feb 10, 2022, 7:12 AM IST

ETV Bharat / state

ମହାନଦୀ ପଠାରେ ସ୍ଥାୟୀ ନିର୍ମାଣକୁ ନିଷେଦ୍ଧ କଲେ NGT

ମହାନଦୀ ପଠାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ କରାଯାଇ ପାରିବ ନାହିଁ । ମହାନଦୀ ପଠାର ସୁରକ୍ଷା ଉପରେ ଗୁରୁତ୍ବ ଦେଇ ଏପରି ନିର୍ଦ୍ଦେଶ ଦେଲେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ । ଅଧିକ ପଢନ୍ତୁ

ମହାନଦୀ ପଠାରେ ସ୍ଥାୟୀ ନିର୍ମାଣକୁ ବାରଣ କଲେ NGT
ମହାନଦୀ ପଠାରେ ସ୍ଥାୟୀ ନିର୍ମାଣକୁ ବାରଣ କଲେ NGT

କଟକ:ମହାନଦୀ ପଠାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ କରାଯାଇ ପାରିବ ନାହିଁ । ଅନ୍ୟାଦେଶ ପର୍ଯ୍ୟନ୍ତ ମହାନଦୀ ପଠାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବୁନାଲ । ଏଥିସହିତ ପରିବେଶ ସୁରକ୍ଷା ଓ ମହାନଦୀ ପଠାର ସୁରକ୍ଷା ଉପରେ ଏନଜିଟି(National Green Tribunal) ଗୁରୁତ୍ବାରୋପ କରିବା ସହିତ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏନଜିଟିଙ୍କ ୨୦୨୦, ଡିସେମ୍ବର ୧୫ର ନିର୍ଦ୍ଦେଶରେ ଗଠିତ କମିଟିର ୫ ଜଣ ସଦସ୍ୟ ରହିଥିଲେ । ଏହି ସଦସ୍ୟଙ୍କ ସହିତ ପ୍ରଫେସର ସି.ଆର.ବାବୁ ଓ ପ୍ରଫେସର ପି.ସି.ମିଶ୍ରଙ୍କୁ ନେଇ ଯୁଗ୍ମ କମିଟି ଗଠନ କରାଯିବ । ମହାନଦୀ ନଦୀଶଯ୍ୟା ସହିତ ପରିବେଶର ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବ ସେନେଇ ତିନି ମାସ ଭିତରେ କମିଟି ରିପୋର୍ଟ ଦାଖଲ କରିବ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

କମିଟି ନିକଟରେ ଆବେଦନକାରୀ ଓ ରାଜ୍ୟ ସରକାର ନିଜ ପକ୍ଷ ରଖି ପାରିବେ । କମିଟି ରିପୋର୍ଟ ଏପ୍ରିଲ ୩୦ ସୁଦ୍ଧା ଦାଖଲ ହେବ ବୋଲି ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ଆଇନଜୀବୀ ପ୍ରଦୀପ ପଟ୍ଟନାୟକଙ୍କ ଆବେଦନର ଶୁଣାଣି କରି ଏପରି କହିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ, ମହାନଦୀ ଶଯ୍ୟାକୁ ବେଆଇନ ଭାବେ ଏନଜିଟିର ଗାଇଡଲାଇନ ଉଲ୍ଲଙ୍ଘନ କରି ପୋତା ଯିବାକୁ ବିରୋଧ କରି ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଏନଜିଟିଙ୍କ ଦ୍ବାରସ୍ଥ ହୋଇଥିଲେ । ମହାନଦୀ ପଠା ପୋତାଯିବା ଯୋଗୁଁ କଟକ ସହର ପ୍ରତି ବିପଦ ସୃଷ୍ଟିି ହୋଇଛି ବୋଲି ସେ ଦର୍ଶାଇଥିଲେ ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details