ଓଡିଶା

odisha

ETV Bharat / state

କନ୍ୟା ରତ୍ନଙ୍କ ସୁରକ୍ଷା ପାଇଁ ସଚେତନ କରିବ 'ସୁନା ପରି' - ଜାତୀୟ କନ୍ୟା ରତ୍ନ ଦିବସ

ଆଜି ହେଉଛି ଜାତୀୟ କନ୍ୟା ରତ୍ନ ଦିବସ । ସାରା ଦେଶରେ ଏହା ପାଳନ କରୁଥିବା ବେଳେ କଟକରେ ମଧ୍ୟ ପାଳିତ ହୋଇଯାଇଛି କନ୍ୟା ରତ୍ନ ଦିବସ । ଏଥିଲାଗି  'ସୁନା ପରି' ଏକ ଅଡିଓ ରିଲିଜ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସଙ୍ଗୀତ ମାଧ୍ୟମରେ କନ୍ୟା ସନ୍ତାନକୁ ସୁରକ୍ଷା
ସଙ୍ଗୀତ ମାଧ୍ୟମରେ କନ୍ୟା ସନ୍ତାନକୁ ସୁରକ୍ଷା

By

Published : Jan 24, 2020, 10:10 PM IST

କଟକ: ଆଜି ହେଉଛି କନ୍ୟା ରତ୍ନ ଦିବସ । ସାରା ଦେଶରେ ଏହି ଦିବସ ପାଳନ ହେଉଥିବାବେଳେ କଟକ ସହରରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି । ଆର୍ଟ ଗ୍ୟାଲେରୀ, ସ୍ୟାଣ୍ଡ ଆର୍ଟ, ସେଲ୍ଫି ପଏଣ୍ଟ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କନ୍ୟା ରତ୍ନ ଦିବସ ନେଇ ସଚେତନ କରାଯାଉଛି ।

ସଙ୍ଗୀତ ମାଧ୍ୟମରେ କନ୍ୟା ସନ୍ତାନକୁ ସୁରକ୍ଷା


ଏହି ଅବସରରେ କନ୍ୟା ସୁରକ୍ଷା ପାଇଁ 'ସୁନା ପରି' ଏକ ଅଡିଓ ରିଲିଜ କରାଯାଇଛି । ଏହି ସଙ୍ଗୀତ ମାଧ୍ୟମରେ କନ୍ୟା ସନ୍ତାନର ସୁରକ୍ଷା ପାଇଁ ସଚେତନତା କରିବାର ଲକ୍ଷ୍ୟ ରଖାଯାଇଛି । ସଙ୍ଗୀତ ନିର୍ଦ୍ଦେଶକ ଅରୁଣ ମନ୍ତ୍ରୀ ଏହି ସଙ୍ଗୀତର ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିକାର ଶଶାଙ୍କ ଶେଖର ଓ ସଞ୍ଚିତା ଶୁଭଦର୍ଶିନୀ ସଙ୍ଗୀତ ପରିବେଷଣ କରିଛନ୍ତି । ତେବେ ଯେଉଁମାନେ କନ୍ୟାଙ୍କୁ ଅବମାନନା କରୁଛନ୍ତି, ସେମାନଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ଏହି ଗୀତ ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ ନିର୍ଦ୍ଦେଶକ କହିଛନ୍ତି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details