ଓଡିଶା

odisha

ETV Bharat / state

ଅସୁରକ୍ଷିତ ନାଟମଣ୍ଡପ, କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ !

ହାଇକୋର୍ଟରେ ଆମିକସକ୍ୟୁରୀ ଇଞ୍ଜିନିୟର ଏଲକେ ମହାନ୍ତି ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଏହା ସହ ଜଗମୋହନର ପୂର୍ବ ଓ ଦକ୍ଷିଣ ପୂର୍ବ କୋଣରେ କେତେ ଦୁର୍ବଳ ସ୍ଥାନ ମଧ୍ୟ ରହିଛି। ତାହାକୁ ମଧ୍ୟ ମରାମତି କରିବାର ଆବଶ୍ୟକତା ରହିଛି ବୋଲି ଆମିକସକ୍ୟୁରୀ ରିପୋର୍ଟରେ ଦର୍ଶାଇଛନ୍ତି। ଅଧିକ ପଢନ୍ତୁ

By

Published : Aug 15, 2023, 11:06 PM IST

ଅସୁରକ୍ଷିତ ନାଟମଣ୍ଡପ, କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ !
ଅସୁରକ୍ଷିତ ନାଟମଣ୍ଡପ, କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ !

ଅସୁରକ୍ଷିତ ନାଟମଣ୍ଡପ, କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ !

କଟକ: ଅସୁରକ୍ଷିତ ଶ୍ରୀମନ୍ଦିର ନାଟମଣ୍ଡପ । କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ । ହାଇକୋର୍ଟଙ୍କୁ ଏହା ଅବଗତ କରିଛନ୍ତି ଆମିକସକ୍ୟୁରୀ । ଶ୍ରୀମନ୍ଦିର ନାଟମଣ୍ଡପ ବିମ ତୁରନ୍ତ ମରାମତି କରିବାର ଆବଶ୍ୟକତା ରହିଛି। ମରାମତି କରାନଗଲେ ଆଗାମୀ ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିପାରେ ବୋଲି ହାଇକୋର୍ଟରେ ରିପୋର୍ଟ ଦେଇଛନ୍ତି ଆମିକସକ୍ୟୁରୀ ।

ହାଇକୋର୍ଟରେ ଆମିକସ କ୍ୟୁରୀ ଇଞ୍ଜିନିୟର ଏଲକେ ମହାନ୍ତି ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଏହାସହ ଜଗମୋହନର ପୂର୍ବ ଓ ଦକ୍ଷିଣ ପୂର୍ବ କୋଣରେ କେତେ ଦୁର୍ବଳ ସ୍ଥାନ ମଧ୍ୟ ରହିଛି। ତାହାକୁ ମଧ୍ୟ ମରାମତି କରିବାର ଆବଶ୍ୟକତା ରହିଛି ବୋଲି ଆମିକସକ୍ୟୁରୀ ରିପୋର୍ଟରେ ଦର୍ଶାଇଛନ୍ତି। ଏହା ବ୍ୟତୀତ ନାଟ ମଣ୍ଡପରୁ ପାଣି ଝରୁଥିବା ସ୍ଥାନକୁ ମରାମତି କରାଯାଇଥିବା ବେଳେ ବର୍ଷା ଜଳ ନିଷ୍କାସନ କାର୍ଯ୍ୟ ଶେଷ ହୋଇଛି ବୋଲି ଆମିକସକ୍ୟୁରୀଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି। ତେବେ ୨୦୧୮ ମସିହାରୁ ଜଗମୋହନ ଓ ନାଟମଣ୍ଡପ ମରାମତି କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଶେଷ କରିବା ପାଇଁ ସେ କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏନେଇ ଏକ ମିସକେସ ଫାଇଲ କରାଯିବ ବୋଲି ଆଇନଜୀବୀ ଆଲୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଆସନ୍ତା ସେପ୍ଟେମ୍ବର ୧୩ ରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ଗତ ଶୁଣାଣୀ ସମୟରେ ରତ୍ନଭଣ୍ଡାର କେବେଠାରୁ ବନ୍ଦ ରହିଛି, କେତେ ସମ୍ପତ୍ତି ଅଛି , ତାର ସ୍ଥିତି ସମ୍ପର୍କରେ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବା ପାଇଁ ହାଇକୋର୍ଟ, ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ନେଇ କୋର୍ଟରେ ମଧ୍ୟ ଶୁଣାଣି ହୋଇଥିଲା। ପୁରୀରେ ଏଏସଆଇର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୁବଶୀଘ୍ର ଖୋଲାଯିବ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଡେପୁଟି ସଲିସିଟର ଜେନେରାଲ। ତେବେ ଗତ ଶୁଣାଣୀ ସମୟରେ ମାର୍ଚ୍ଚ ୩୧ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ମରାମତି ଶେଷ ହେବ ବୋଲି ଏଏସଆଇ କୋର୍ଟଙ୍କୁ ଅବଗତ କରାଇଥିଲେ। ଏହା ସହ କୋଣାର୍କ ମନ୍ଦିରର ମରାମତି କାର୍ଯ୍ୟ ଜାରି ରହିଛି ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଏଏସଆଇ।

ଏହାବି ପଢନ୍ତୁ- ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ, ସେପ୍ଟେମ୍ବର ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି

ଶ୍ରୀମନ୍ଦିର ରତ୍ନ ଭଣ୍ଡାର କେବେଠାରୁ ଖୋଲିନାହିଁ । ଖୋଲା ନଯିବାର କାରଣ କଣ? ସେ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାଲାଗି ପୂର୍ବରୁ ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ। ସେପଟେ ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କିତ ମାମଲା ଉପରେ ଅମିକସ କ୍ୟୁରି ବା କୋର୍ଟ ମିତ୍ର ତାଙ୍କ ରିପୋର୍ଟ ଦାଖଲ କରିଥିଲେ।ଜଗମୋହନ ମରାମତି କାମ ଚାଲୁଛି ଏବଂ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମରାମତି କାମ ଶେଷ ହେବା ନେଇ ଏ ଏସ ଆଇ ତାଙ୍କୁ ଜଣାଇଥିବା ସେ ରିପୋର୍ଟରେ ଦର୍ଶାଇଥିଲେ। ସେହିପରି କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଭିତରୁ ବାଲି କଢ଼ା ଯିବା କାମ ଆରମ୍ଭ ହୋଇଛି। ତାହା ସମ୍ପୂର୍ଣ୍ଣ ହେଲାପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଇହେବ ବୋଲି ପୂର୍ବରୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ।

ଇଟିଭି ଭାରତ, କଟକ

ABOUT THE AUTHOR

...view details