ଓଡିଶା

odisha

ETV Bharat / state

ଧାନ କ୍ଷେତ ନଷ୍ଟ କରୁଛି ପୋଲିସ, ଡିଜିଙ୍କ ଅଫିସରେ ପହଞ୍ଚିଲେ ନରାଜ ମୁଣ୍ଡଳୀ ବାସିନ୍ଦା - ଇଡକୋ

ଧାନ କ୍ଷେତ ନଷ୍ଟ କରୁଛି ପୋଲିସ । ପୋଲିସ ଚାଷୀଙ୍କ ଧାନ କ୍ଷେତ ନଷ୍ଟ କରୁଥିବା ଅଭିଯୋଗ । ଡିଜିପି ଅଫିସ ଆଗରେ ପ୍ରତିବାଦ କଲା ନରାଜ ମୁଣ୍ଡଳୀ ସିଦ୍ଧେଶ୍ବର ଆଞ୍ଚଳିକ ସୁରକ୍ଷା କମିଟି । ଅଧିକ ପଢନ୍ତୁ

ଧାନ କ୍ଷେତ ନଷ୍ଟ କରୁଛି ପୋଲିସ, ଡିଜିଙ୍କ ଅଫିସରେ ପହଞ୍ଚିଲେ ମୁଣ୍ଡଳୀ ବାସିନ୍ଦା
ଧାନ କ୍ଷେତ ନଷ୍ଟ କରୁଛି ପୋଲିସ, ଡିଜିଙ୍କ ଅଫିସରେ ପହଞ୍ଚିଲେ ମୁଣ୍ଡଳୀ ବାସିନ୍ଦା

By

Published : Dec 16, 2022, 12:28 PM IST

ଧାନ କ୍ଷେତ ନଷ୍ଟ କରୁଛି ପୋଲିସ, ଡିଜିଙ୍କ ଅଫିସରେ ପହଞ୍ଚିଲେ ନରାଜ ମୁଣ୍ଡଳୀ ବାସିନ୍ଦା

କଟକ:ରାଜ୍ୟ ସରକାର ବେଆଇନ ଭାବେ ଚାଷ ଜମି ଅଧିଗ୍ରହଣ କରିବା ଅଭିଯୋଗରେ ଆଜି ନରାଜ ମୁଣ୍ଡଳୀ ସିଦ୍ଧେଶ୍ବର ଆଞ୍ଚଳିକ ସୁରକ୍ଷା କମିଟି ରାଜ୍ୟ ପୋଲିସ ମହାନିର୍ଦ୍ଦେଶଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି । ଚାଷୀଙ୍କ ଚାଷ ଜମି ଅକ୍ତିଆର କରିବା ପାଇଁ ଇଡକୋ ପୋଲିସ ସହାୟତାରେ ଧମକ ଦେଉଥିବା ଓ ପୋଲିସ ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରୁଥିବା ଏହି କମିଟି ଅଭିଯୋଗ କରିଛି । ଏହାକୁ ବିରୋଧ କରି ମୁଣ୍ଡଳୀ ବାସିନ୍ଦା ଓ ଆଞ୍ଚଳିକ ସୁରକ୍ଷା କମିଟି ପକ୍ଷରୁ ଡିଜିପି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି । ମାତ୍ର ଡିଜିପି ଅନୁପସ୍ଥିତ ଥିବା ଯୋଗୁଁ ସେମାନେ ଅତିରିକ୍ତ ଡିଜିପିଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ।

ପୋଲିସ ଚାଷୀଙ୍କ ପ୍ରତି ଦୁର୍ବ୍ୟବହାର କରିବା ବନ୍ଦ କରୁ ବୋଲି ସେମାନେ ଦାବି କରିଛନ୍ତି । ନରାଜ ମୁଣ୍ଡଳୀ ସିଦ୍ଧେଶ୍ଵର ଆଞ୍ଚଳିକ ସୁରକ୍ଷା କମିଟି ଅଭିଯୋଗ କରିଛି ଯେ, ବାରଙ୍ଗ ବ୍ଲକ୍ ଅର୍ନ୍ତଗତ ନରାଜ ମାର୍ଥାପୁର ଅଞ୍ଚଳରେ ଟାଟା ପ୍ରକଳ୍ପ ନିମନ୍ତେ ସରକାର ବେଆଇନ ଭାବେ ଜମି ଅଧିଗ୍ରହଣ କରିଥିଲେ । କିନ୍ତୁ ସେଠାରେ ଟାଟା ପ୍ଲାଣ୍ଟ ନହେବାରୁ ବର୍ତ୍ତମାନ ସରକାର ଇଡକୋ ମାଧ୍ୟମରେ ଜମି ହାତେଇବାକୁ ଉଦ୍ୟମ କରୁଛନ୍ତି ।

ଶହ ଶହ ଏକର ଜମିରେ ଧାନ ଫସଲ ହୋଇଥିବା ବେଳେ ଇଡକୋ କର୍ମଚାରୀ ଓ ପୋଲିସ ଫୋର୍ସ ସହାୟତାରେ ଧାନକ୍ଷେତରେ ପଶି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବଳପୂର୍ବକ ସର୍ଭେ କାର୍ଯ୍ୟ କରାଯାଉଛି । ତେବେ ଏହି ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିଙ୍କୁ ଗୁହାରି କରିଛନ୍ତି କମିଟିର ସଦସ୍ୟ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details