ଓଡିଶା

odisha

କ୍ରିକେଟ ଖେଳରୁ ହତ୍ୟା ଘଟଣା: ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

By

Published : Apr 3, 2023, 9:30 PM IST

କଟକ ଚୌଦ୍ବାରରେ କ୍ରିକେଟ ଖେଳ ସମୟରେ ହତ୍ୟାକାଣ୍ଡ ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଚୌଦ୍ବାର ଥାନା ପୋଲିସ । ତେବେ ହଠାତ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତମାନେ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା କହିଛନ୍ତି ଡିସିପି । ଅଧିକ ପଢ଼ନ୍ତୁ

କ୍ରିକେଟ ଖେଳରୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତ ଗିରଫ
କ୍ରିକେଟ ଖେଳରୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତ ଗିରଫ

କ୍ରିକେଟ ଖେଳରୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତ ଗିରଫ

କଟକ: ଚୌଦ୍ବାରରେ କ୍ରିକେଟ ଖେଳ ସମୟରେ ହତ୍ୟାକାଣ୍ଡ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଚୌଦ୍ବାର ଥାନା ପୋଲିସ । ଆଜି ଡାକ୍ତରୀ ମାଇନା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ କଲେଜ ଛାତ୍ର ଅଛନ୍ତି । ସେହିପରି ଅଭିଯୁକ୍ତଙ୍କ ବିରୋଧରେ IPCର ଧାରା ୩୦୨ ଓ ୩୪ରେ ମାମଲା ରୁଜୁ କରାଯାଇଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ତେବେ ହଠାତ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତମାନେ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା କହିଛନ୍ତି ଡିସିପି ।

ଚୌଦ୍ବାର ଲକି ରାଉତ ହତ୍ୟାକାଣ୍ଡ ମାମଲାର ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ଚୌଦ୍ବାର ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ସ୍ମୃତିରଞ୍ଜନ ରାଉତଙ୍କ ସମେତ ସଂଗ୍ରାମ ରାଉତ, ସଞ୍ଜୟ ରାଉତ ଓ ବାଦଲ କୈବତଳଙ୍କୁ ଗିରଫ କରିଛି ପୋଲିସ । ଚୌଦ୍ବାର ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି । ତେବେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରେ ସ୍ମୃତିରଞ୍ଜନ ରାଉତ ଓ ସଂଗ୍ରାମ ରାଉତ କଲେଜ ଛାତ୍ର ଅଟନ୍ତି । ସ୍ମୃତିରଞ୍ଜନ ଚୌଦ୍ବାର କଲେଜର ଯୁକ୍ତ ୩ର ଛାତ୍ର ହୋଇଥିବା ବେଳେ ସଂଗ୍ରାମ ITI ଛାତ୍ର ବୋଲି ଜଣା ପଡିଛି । ତେବେ ଏହି ଘଟଣାରେ ଗିରଫ ହୋଇଥିବା ସଞ୍ଜୟ ରାଉତ ଓରଫ ମୁଗୁନି ନାଁରେ ପୂର୍ବରୁ ଅନେକ ଅପରାଧିକ ଅଭିଯୋଗ ଥିବା ଜଣାଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅନ୍ୟପଟେ SCBରେ ବ୍ୟବଚ୍ଛେଦ ପରେ ମୃତ ଲକି ରାଉତଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଆଶଙ୍କା ରହିଥିବାରୁ ପରିସ୍ଥିତି ଉପରେ ପୋଲିସ ତୀକ୍ଷ୍‌ଣ ନଜର ରଖିଛି । ତେବେ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଗଣ୍ଡଗୋଳ ଘଟିବା ଏବଂ ହଠାତ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତ ମାନେ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିନ୍ତୁ ତଦନ୍ତ ଜାରି ରହିଥିବାରୁ ଯଦି ଏହି ଘଟଣା ପଛରେ ଆଉ କିଛି କଥା ଲୁଚି ରହିଥାଏ, ତେବେ ତାହା ଆଗକୁ ଜଣା ପଡିବ ବୋଲି କଟକ ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details