ଓଡିଶା

odisha

ETV Bharat / state

ଶୋଇଥିବା ଅବସ୍ଥାରେ ପାନ ଦୋକାନୀଙ୍କୁ ନୃଶଂସ ଭାବେ ହତ୍ୟା - salipur cuttack

ବିଳମ୍ବିତ ରାତିରେ ଦୋକାନରେ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ହାଣି କଟକ ଜିଲ୍ଲା ସାଲେପୁର ପାଗା ଲଷ୍ମୀ ନାରାୟଣପୁର ଗ୍ରାମର କ୍ଷୀରୋଦ ଭୋଇଙ୍କୁ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ...

murder-at-salipur-cuttack-one-killed
ରାତି ଅଧରେ ପାନ ଦୋକାନିଙ୍କୁ ନୃଶଂସ ଭାବେ ହତ୍ୟା

By

Published : Feb 20, 2020, 7:59 AM IST

କଟକ: ପାନ ଦୋକାନୀଙ୍କୁ ନୃଶଂସ ଭାବେ ହତ୍ୟା । ବିଳମ୍ବିତ ରାତିରେ ଦୋକାନରେ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ପାଗା ଛକ ଅଞ୍ଚଳରେ । ଦୋକାନି ଜଣକ ହେଉଛନ୍ତି ପାଗା ଲଷ୍ମୀ ନାରାୟଣପୁର ଗ୍ରାମର କ୍ଷୀରୋଦ ଭୋଇ ।

ରାତି ଅଧରେ ପାନ ଦୋକାନିଙ୍କୁ ନୃଶଂସ ଭାବେ ହତ୍ୟା

ତେବେ କ୍ଷୀରୋଦ ମଙ୍ଗଳବାର ରାତିରେ ଘରକୁ ଖାଇବାକୁ ନ ଯାଇ ଦୋକାନରେ ଶୋଇଥିଲେ । ସକାଳୁ ଘରକୁ ନ ଯିବାରୁ ପୁଅ ଦୋକାନକୁ ଆସିଥିଲେ । ବାପା ଶୋଇଥିବା ଅବସ୍ଥାରେ ପାଖକୁ ଯାଇ ଦେଖିଲା ବେଳକୁ ବାପାଙ୍କ ମୁହଁ ଓ ବେକରେ ଗଭୀର ଆଘାତ ଲାଗି ବାପାଙ୍କର ମୃତ ଘଟିଛି । ଏନେଇ ସେ ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛି ।

ତେବେ କ୍ଷୀରୋଦଙ୍କ କାହା ସହ ଶତ୍ରୁତା ନଥିବା କହିଛନ୍ତି ପରିବାର ଲୋକେ । ହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details