ଓଡିଶା

odisha

ETV Bharat / state

କଟକରେ ଆରମ୍ଭ ହେବ ସାତ ଦିନିଆ ଧୋନି କ୍ରିକେଟ କ୍ଲିନିକ

କଟକରେ ଆରମ୍ଭ ହେଉଛି 7 ଦିନିଆ ଏମଏସ ଧୋନି କ୍ରିକେଟ କ୍ଲିନିକ । 16 ବର୍ଷରୁ କମ ଯୁବ ଖେଳାଳୀଙ୍କୁ ଏହି କ୍ଲିନିକରେ ଖେଳିବାକୁ ଦିଆଯିବ ସୁଯୋଗ ।

By

Published : May 16, 2019, 11:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସିଲଭର ସିଟିରେ ଶୁଭିବ ମାହି ମାହି । କାରଣ ଚଳିତ ମାସରୁ କଟକରେ ଆରମ୍ଭ ହେବ ଧୋନିଙ୍କ କ୍ରିକେଟ କ୍ଲିନିକ । ଯେଉଁଥିରେ ଭାଗନେବେ ଯୁବ କ୍ରିକେଟର । ଯାହା ଉଭୟ କ୍ରୀଡ଼ାପ୍ରେମୀ ଓ ଯୁବ କ୍ରିକେଟରଙ୍କ ମନକୁ ବେଶ ଉତ୍ସାହ ପ୍ରଦାନ କରିବ ବୋଲି କହିଛନ୍ତି ଧୋନି କ୍ରିକେଟ ଏକାଡେମୀର ଅପରେସନ ହେଡ ସୋହେଲ ରାୱତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବିଶେଷକରି ଏହି କ୍ରିକେଟ କ୍ଲିନିକର ଲକ୍ଷ୍ୟ ହେଉଛି ଯୁବ କ୍ରିକେଟର ମାନଙ୍କ ପ୍ରତିଭା ଅନ୍ୱେଷଣ କରିବା । କାରଣ ଦେଶ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଅନେକ ଖେଳାଳି ଭଲ ଖେଳୁଥିଲେ ସୁଦ୍ଧା ସୁଯୋଗର ଅଭାବରୁ ଦେଶ ପାଇଁ ଖେଳିବାରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ଏହି କ୍ଲିନିକ ମାଧ୍ୟମରେ ଖେଳାଳିଙ୍କୁ ଦେଶର ଭଲ ଭଲ କ୍ରିକେଟ ଏକାଡେମୀରେ ଖେଳିବାର ସୁଯୋଗ ମିଳିବ ।

ଏହି କ୍ରିକେଟ କ୍ଲିନିକ ଚଳିତମାସ 25 ତାରିଖରୁ ଆରମ୍ଭ ହୋଇ 31 ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ କେବଳ 16 ବର୍ଷରୁ କମ ଖେଳାଳିଙ୍କୁ ସ୍ଥାନ ଦିଆଯିବ ବୋଲି ସୂଚନା ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details