କଟକ: ନିଆଁ ଭଳି ତୀବ୍ର ବେଗରେ ବ୍ୟାପୁଛି କୋରୋନା ମହାମାରୀ । ଦେଶ ତଥା ରାଜ୍ୟରେ ମହାମାରୀର ସ୍ଥିତି ମଧ୍ୟ ସଙ୍ଗୀନ । କେତେବେଳେ ଓ କେଉଁ ସମୟରେ ଭୂତାଣୁ କାହାକୁ ଯେ ଗ୍ରାସ କରିବ ତାହା କହିବା ଅସମ୍ଭବ । ଏଯାବତ୍ ଏହାର କୌଣସି ପ୍ରତିଷେଧକ ବାହାରିନଥିବା ବେଳେ ସଚେତନ ଦ୍ବାରା ହିଁ ଏହି ମହାମାରୀରୁ ବର୍ତ୍ତି ହେବ । ସରକାର ବିଭିନ୍ନ ତରିକାରେ ଲୋକଙ୍କୁ ସଚେତନ କରୁଥିବା ବେଳେ ଏକ ଭିନ୍ନ ଢଙ୍ଗର କୋରୋନା ସଚେତନତା ବାର୍ତ୍ତା ସାମନାକୁ ଆସିଛି । ରାପ୍ ମାଧ୍ୟମରେ ଲୋକମାନଙ୍କ କରାଯାଇଛି କୋରୋନା ସଚେତନତା । ଟିକେ ଶୁଣନ୍ତୁ କେତେ ଦମ୍ ରହିଛି ଏହି ସଚେତନ ରାପ୍ରେ ।
ରାପ୍ ଗାଉଥିବା ଯୁବକ ଜଣକ ହେଉଛନ୍ତି କଟକ ମହମ୍ମଦିଆ ବଜାରର ଦୁର୍ଗା ପ୍ରସାଦ ଜେନା ଓରଫ ମିଷ୍ଟର ଡି । 4 ବର୍ଷ ଧରି ରାପ କରି ଚାଲିଛନ୍ତି ସେ । ସୋସିଆଲ ମିଡିଆରେ ବେଶ ଖ୍ୟାତି ପାଇବା ପରେ ଏବେ ଓଡିଶାର କୋରୋନା ସ୍ଥିତିକୁ ଆଖି ଆଗରେ ରଖି ଏହି ନିଆରା ସଚେତନ ରାପ୍ କରିଛନ୍ତି । ଆଉ ତାଙ୍କର ଏହି ନିଆରା ଚିନ୍ତାଧାରରେ ସାମିଲ ଅଛନ୍ତି 4 ଜଣ କ୍ରୁ ମେମ୍ବର । କୋରୋନା କାୟା ଲାଗି ରହିଥିବାରୁ ଘର ପାଖରେ ହିଁ ସୁଟିଂ ହୋଇଛି ଏହି ରାପ୍ ।
ମିଷ୍ଟର ଡିଙ୍କ ଏହି ରାପ୍ ବିଶେଷ କରି କୋରୋନା ମୁକାବିଲା ପାଇଁ ସରକାରଙ୍କ ଲକଡାଉନ ଓ ଅନଲକ ପର୍ଯ୍ୟାୟକୁ ଅମାନ୍ୟ କରୁଥିବା ଅମାନିଆଙ୍କ ପାଇଁ ତାଙ୍କ ବାର୍ତ୍ତା ବେଶ ପ୍ରଜୁଯ୍ୟ । ମାତ୍ର ଏତିକି ନୁହେଁ ନିଜ ରାପରେ ସେ ପୋଲିସ, ସ୍ବାସ୍ଥ୍ୟକର୍ମୀ ଓ ଗଣମାଧ୍ୟମକୁ ସାଲ୍ୟୁଟ ଜଣାଇଛନ୍ତି । ଏହାଛଡା ଆଗକୁ ମଧ୍ୟ କିଛି ନୂଆ କରି ଦେଖାଇବା ପାଇଁ ମଧ୍ୟ ଜାରି ରହିଛି ପ୍ରଚେଷ୍ଟା ।