କଟକ: ଲକଡାଉନ କାରଣରୁ ବନ୍ଦ ରହିଛି ଅଟୋ ଚଳାଚଳ । ଫଳରେ କଟକର ଅନେକ ଅଟୋ ଚାଳକ ଏବେ ପେଟ ପୋଷିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ପରିସ୍ଥିତିରେ ଅଟୋଚାଳକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ । ଆଜି ପ୍ରାୟ ୪୦୦ ଅଟୋ ଡ୍ରାଇଭରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ସାଂସଦ ସିଂ ।
କୋଭିଡ ମହାମାରୀକୁ ନେଇ ଦୀର୍ଘ ଦେଢ଼ ମାସ ହେବ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଅନେକ ବ୍ୟବସାୟୀ ନିଜର ରୋଜଗାର ହରାଇଥିବାବେଳେ ପ୍ରତିଦିନ ଯାତ୍ରୀ ପରିବହନ କରି ପେଟ ପୋଷୁଥିବା ଅଟୋ ଚାଳକ ମଧ୍ୟ ରୋଜଗାର ହରାଇଛନ୍ତି । ଅଟୋ ଚଳାଚଳ ବନ୍ଦ ଥିବାରୁ ବହୁ କଷ୍ଟରେ ଜୀବନ ବିତାଉଛନ୍ତି ଏମାନେ। ମାତ୍ର ଏପରି ପରିସ୍ଥିତିରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ।